ବ୍ୟାସନଗର: ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ତିନିଭାଗରେ ଛାତ୍ରୀମାନେ ଟପର ହୋଇଛନ୍ତି। କଳାରେ ମଧୁସ୍ମିତା ପାଢ଼ୀ, ବିଜ୍ଞାନରେ ଅନ୍ନପୂର୍ଣ୍ଣା ବାରିକ ଓ ବାଣିଜ୍ୟରେ ଅଭୀପ୍ସା ପ୍ରିୟଦର୍ଶିନୀ ସାହୁ ଟପର ହୋଇଛନ୍ତି। କଳାରେ ୨୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦୩ ଜଣ ପାସ ହୋଇଛନ୍ତି। ୯୬.୫୦ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ୯୨.୮୫ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ବିଜ୍ଞାନରେ ମୋଟ ୧୭୩ ଜଣ ପରୀକ୍ଷା ଦେଇଥିବାବେଳେ ୧୬୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୯୫.୩୮ ପ୍ରତିଶତ ଛାତ୍ରୀ ଓ ୯୫.୯୧% ଛାତ୍ର ପାସ କରିଛନ୍ତି। ବାଣିଜ୍ୟରେ ୧୬୮ ଜଣ ପରୀକ୍ଷା ଦେଇଥିବାବେଳେ ୧୫୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୯୨.୮୫% ଥିବାବେଳେ ୯୩.୪୭ ଛାତ୍ରୀ ଓ ୯୨.୬୨% ଛାତ୍ର ପାସ କରିଛନ୍ତି।
ଇତିହାସ ବିଭାଗରେ ଦୀପାଳି ବାରିକ, ଅର୍ଥନୀତିରେ ସ୍ଵାତିମୟୀ ଦାସ, ଇଂରାଜୀରେ ଶ୍ରୀୟା ଶ୍ରୀବାସ୍ତବ, ସାମାଜିକ ବିଜ୍ଞାନରେ କରିନା ଖାତୁନ, ଓଡ଼ିଆରେ ସୁଶ୍ରୀ ମନସ୍ବନୀ ପଣ୍ଡା, ଦର୍ଶନଶାସ୍ତ୍ରରେ ଅର୍ଦ୍ଧେନ୍ଦୁ ଶେଖର ପଣ୍ଡା, ରାଜନୀତି ବିଜ୍ଞାନରେ ସୁଚିତ୍ରା ସାହୁ, ସଂସ୍କୃତରେ ମଣିମାଳା ତ୍ରିପାଠୀ, ମନସ୍ତତ୍ତ୍ଵ ବିଜ୍ଞାନରେ ମହିମା ନାୟକ, ଶିକ୍ଷା ବିଭାଗରେ ମଧୁସ୍ମିତା ପାଢ଼ୀ ଟପର ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନରେ ଶ୍ରାବଣୀ ସ୍ମରଣିକା ଜେନା, ରସାୟନ ବିଜ୍ଞାନରେ ଅନ୍ନପୂର୍ଣ୍ଣା ବାରିକ, ଗଣିତରେ ଦୁର୍ଗା ପ୍ରସାଦ ଜେନା, ଭୂତତ୍ତ୍ବ ବିଜ୍ଞାନରେ ଅଙ୍କିତା ରାଉତ, ଉଦ୍ଭିଦ ବିଜ୍ଞାନରେ ରୋଜାଲିନ ବଳ, ଜୀବବିଜ୍ଞାନରେ ଜ୍ଞାନରଞ୍ଜନ ସାହୁ ଟପର ହୋଇଛନ୍ତି। ବାଣିଜ୍ୟରେ ବର୍ଷା ପରିଡ଼ା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଅଧ୍ୟକ୍ଷ, ଅଧ୍ୟାପକଅଧ୍ୟାପିକାଙ୍କ ପରିଶ୍ରମ ପାଇଁ ଏହି ପରୀକ୍ଷାଫଳ ସମ୍ଭବ ହୋଇପାରିଛି ବୋଲି ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ବିଶ୍ଵାଳ କହିଛନ୍ତି। ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ଵାଇଁ, ପରୀକ୍ଷା ନିୟନ୍ତ୍ରକ ଡ. ସୁଜାତା ଓତା, ସହ ପରୀକ୍ଷା ନିୟନ୍ତ୍ରକ ଜଗବନ୍ଧୁ ସାହୁ, ମୌସୁମୀ ମିଶ୍ର, ରିନା ରାୟ, ମମତା ସାମଲ, ଜୟନ୍ତ କୁମାର ନାୟକ, ଅରବିନ୍ଦ ବୋଷ, ମଦନ ମୋହନ ରାଉତ, ପ୍ରମୋଦ ପାତ୍ର, କାର୍ତ୍ତିକ ଚନ୍ଦ୍ର ସାହୁ, ରାଜକିଶୋର ପହି, ପ୍ରଭାତ ସ୍ଵାଇଁ, ବବୃବାହନ ଜେନା, ଅକ୍ଷୟ କୁମାର ମହାନ୍ତି, ବିବେକାନନ୍ଦ ଜେନା, ଅମୂଲ୍ୟ କୃଷ୍ଣ ପାଢ଼ୀ, ସନାତନ ଦାସ, ଗୌରାଙ୍ଗ ଚରଣ ମଲ୍ଲିକ, ଜଗନ୍ନାଥ ବେହେରା, ରମେଶ ବେହେରା, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଦିଲୀପ କୁମାର ମହାନ୍ତି, ବିଷ୍ଣୁ ବରୁଡ଼ି, ପ୍ରିୟ ରଞ୍ଜନ ବେହେରା, ବିଦ୍ୟାଧର ରାଉତ ଉପସ୍ଥିତ ଥିଲେ।