ନବରଂଗପୁର/ଯାଜପୁର: ବାଣ ବିକ୍ରି ଅଭିଯୋଗରେ ପୁଲିସ ୪ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥି ସହିତ ପୁଲିସ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି।

Advertisment

publive-image

ସୂଚନା ଅନୁସାରେ ନବରଂଗପୁର ଜିଲ୍ଲା ଉମରକୋଟ ପୁଲିସ ଡି.ଏନ୍‌.କେ ଓ ପୁରୁଣା ବସଷ୍ଟାଣ୍ଡର ଗୋଟିଏ ଦୋକାନ ଏବଂ ୩ ଗାଡି ଉପରେ ଚଡାଉ କରି ୨ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏହି ବ୍ୟବସାୟୀ ମାନଙ୍କୁ ଥାନାରେ ଅଟକ ରଖିଛି। ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସକାଳରୁ ଉମରକୋଟ ପୁଲିସ ସମଗ୍ର ସହର ଓ ଆଖ ପାଖ ଅଞ୍ଚଳରେ ତୀକ୍ଷ୍ମ ନଜର ରଖିବା ସହ ପଇଁତରା ମାରି ଥିଲା। ଏହା ରାତି ସାରା ଜାରି ରହିବ ବୋଲି ପୁଲିସ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ସେହିପରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଜଣେ ବ୍ୟକ୍ତି ଏକ ଦୋକାନ ପଛପଟରେ ବେଆଇନ ଭାବେ ବାଣ ବିକ୍ରୟ କରୁଥିବା ଅଭିଯୋଗରେ ବଡଚଣା ପୁଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହିତ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।