ଯାଜପୁରକୁ ଫେରିବେ ୪୦ ହଜାର ଶ୍ରମିକ! ରେଜିଷ୍ଟ୍ରେସନ କଲେଣି ୨୮ ହଜାର ଶ୍ରମିକ

ଯାଜପୁର: କିଭଳି ରହିଛି ଯାଜପୁର ଜିଲ୍ଲାରେ କରୋନା ସ୍ଥିତି | ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ | ଜିଲ୍ଲାରେ ଏଯାଏଁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାବେଳେ ଜଣେ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ବାକି ୧୭ ଜଣଙ୍କର ଡ଼ୁବୁରୀଠାରେ ଥିବା ଟାଟା ହସ୍ପିଟାଲରେ ଚିକିତ୍ସା ଚାଲିଛି | ଗତ ୨୮ ତାରିଖରୁ ୧୨୦୦ ଜଣ କଲିକତାରୁ ଫେରିଥିବାବେଳେ ସେମାନଙ୍କ ଉପରେ ନଜର ରହିଛି |

ସେମାନଙ୍କର ସ୍ୱାବ ସଂଗ୍ରହ ଚାଲିଥିବାବେଳେ ୨ ଦିନ ମଧ୍ୟରେ ସମସ୍ତଙ୍କର ସ୍ୱାବ ସଂଗ୍ରହ ହୋଇଯିବ | ସେହିପରି ଲକ ଡାଉନ ପରେ ଜିଲ୍ଲାକୁ ଫେରିବାକୁ ୨୮ ହଜାର ଶ୍ରମିକ ରେଜିଷ୍ଟ୍ରେସନ କରିଛନ୍ତି |

ମେ ୩ ତାରିଖ ଭିତରେ ଆଉ କିଛି ଶ୍ରମିକ ରେଜିଷ୍ଟ୍ରେସନ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି | ପାଖାପାଖି ୪୦ ହଜାରରୁ ୫୦ ହଜାର ଶ୍ରମିକ ଜିଲ୍ଲାକୁ ଫେରିବେ ବୋଲି ଅନୁମାନ ଆରାଯାଉଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି | ସେମାନଙ୍କ ରହଣି ପାଇଁ ୪୩୬ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ବିଭିନ୍ନ ବ୍ଲକ ଓ ପଂଚାୟତ ସ୍ତରରେ ପ୍ରସ୍ତୁତ କରି ରଖାଯାଇଛି |

ସମ୍ବନ୍ଧିତ ଖବର