ଯାଜପୁରସଦର : ଯାଜପୁର ବ୍ଲକ୍ କାକୁଡ଼ିକୁଦ ଆରଆଇ ସର୍କଲ ଅଧୀନ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଆଜି ନିଆଁ ଲାଗିଯାଇଥିଲା। ମଧ୍ୟାହ୍ନରେ ରୋଷେଇ ଚୁଲିରୁ ନିଆଁ ଲାଗି ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବଚରଣ ସାହାଣୀ, ପ୍ରଦୀପ ସାହାଣୀ, ଅଶୋକ ସାହାଣୀ, ପ୍ରକାଶ ସାହାଣୀଙ୍କ ୬ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ବରୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା।
ଅଗ୍ନିକାଣ୍ଡରେ ୬ ବଖରା ଜଳିଗଲା
/sambad/media/post_attachments/wp-content/uploads/2019/03/jajpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)