ପାଣିକୋଇଲି/ଧର୍ମଶାଳା : ଯାଜପୁର ପୁଲିସ୍କୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ୭ଟି ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ୧୯ଟି ଲୁଟ୍ ଘଟଣାରେ ସାମିଲ ଥିବା ଆନ୍ତଃଜିଲ୍ଲା ହାଇେଓ୍ଵ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଏହି ୧୦ ଜଣିଆ ଗ୍ୟାଙ୍ଗ ଆଉ ଏକ ବଡ଼ଧରଣର ଲୁଟ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପୁଲିସ ଚଢ଼ାଉ କରି ୭ଜଣଙ୍କୁ ଧରିଛି। ତେବେ ଅନ୍ଧାରର ସୁଯୋଗ ନେଇ ଖସି ଯାଇଛନ୍ତି ୩ଜଣ। ଗିରଫ ଲୁଟେରାମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ତଥା ସେହି ଗାଁର ନବଘନ ସାହୁଙ୍କ ପୁଅ ସୌରଭ ସାହୁ ଓରଫ ବଣ୍ଟି(୨୪), ଏହି ଗାଁର ଲଳିତ ମୋହନ ଧଳଙ୍କ ପୁଅ ରାଜେଶ କୁମାର ଧଳ ଓରଫ ବବୁଲ୍(୨୬), ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ଗାଁର ଅକ୍ଷୟ ରାଉତଙ୍କ ପୁଅ ଅଜୟ(୨୩), ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ଗାଁର ଦଶରଥ ପରିଡ଼ାଙ୍କ ପୁଅ ଦୀପ୍ତିରଞ୍ଜନ(୨୮), ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦି ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ଓରଫ୍ ବବୁଲ୍(୧୯), ଅଜିତ୍ ବେହେରାଙ୍କ ପୁଅ ସାଗର(୨୫), ଦୀନବନ୍ଧୁ ବେହେରାଙ୍କ ପୁଅ ପଙ୍କଜ ଓରଫ ବାପି(୨୦)। ଏମାନଙ୍କ ବ୍ୟତୀତ ଏହି ଗ୍ୟାଙ୍ଗ୍ରେ ଥିବା ଢ଼େଙ୍କାନାଳ ଥାନା ଅଞ୍ଚଳର ପିଣ୍ଟୁ, କୁଆଖିଆ ଥାନା ବାରବାଟୀ ଅଞ୍ଚଳର ବିଜୁ ଓ ଯାଜପୁରଟାଉନ୍ ଥାନା ଅଞ୍ଚଳର ଚନ୍ଦନ ଫେରାର୍ ହୋଇଯାଇଛନ୍ତି।
ପୁଲିସ୍ ଜାଲରେ ହାଇେଓ୍ଵ ଲୁଟେରା ଗ୍ୟାଙ୍ଗ : ୭ ଧରାପଡ଼ିଲେ, ୩ ଖସିଲେ
/sambad/media/post_attachments/wp-content/uploads/2018/04/Panikoili-lutera-giraf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)