ରଗଡ଼ି: ଯାଜପୁୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍‌ନିକ ତରଫରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, 'ସମ୍ବାଦ' ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା, ଯାଜପୁର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ପ୍ରଶାନ୍ତ କୁମାର ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ରହିଥିବା ବେଳେ ଯାଜପୁର ସରକାରୀ ପଲିଟେକନିକ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ଭଳି ଏକ ସାଧୁ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ। ଏଥିପାଇଁ ଅନୁଷ୍ଠାନର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଧନ୍ୟବାଦ ଦେଇଥିଲେ।

Advertisment

ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଭୟ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଆୟୋଜିତ ଏହି ଶିବିରରୁ ୧୧୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। 'ସମ୍ବାଦ-ଆମ ଓଡ଼ିଶା'ର ରଗଡ଼ି ଶାଖା ସଂଯୋଜକ ପୀତବାସ ଭୂୟାଁ, ଅଧ୍ୟାପକ ପ୍ରଭୁଦତ୍ତ ମିଶ୍ର, ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପିକା ଗୀତାଞ୍ଜଳି ସେଠୀ, ସୁଶ୍ରୀ ସୁରଭି ରାଉତ, ରାଜଶ୍ରୀ ନାୟକ, ଖିଲାରାମ ହେମ୍ବ୍ରମ, ସୁପ୍ରଭା ବେହେରା, ଶିବାଶିଷ ପଣ୍ଡା, ସାମାଜିକ କର୍ମୀ ବିଭୁତି ବଳିୟାରସିଂଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଜିଲ୍ଲା ରକ୍ତଭଣ୍ଡାରର ଲ୍ୟାବ ଟେକ୍ନିସିଆନ ପାର୍ଥସାରଥୀ ପୁହାଣ, ବିଶ୍ୱରଂଜନ ଓଝା, ମହେଶ୍ୱର ବେହେରା, ଅଜୟ କୁମାର ଜେନା, ତରୁଣ କୁମାର ନାୟକ ରକ୍ତ ସଂଗ୍ରହ କରିଥିବା ବେଳେ 'ସମ୍ବାଦ'ର ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଓ ବିଜ୍ଞାପନ ବିଭାଗର ଅଧିକାରୀ ଶାନ୍ତନୁ ମହାପାତ୍ର ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Jajpur

ରକ୍ତଦାତା-ଜୀବନଦାତା

ଅମର ନାୟକ, ପ୍ରଶାନ୍ତ ଚୌଧୁରୀ, ସଞ୍ଜୀବ ପାତ୍ର, ସୂର୍ଯ୍ୟକାନ୍ତ ସାହୁ, ଟିଟୁନ ମହାନ୍ତ, ସୁଦେବ ଓଝା, ସାହିଲ୍‌ ମହାନ୍ତି, ଆୟୁଷ ସାର୍ଥକ ସାମଲ, ଚିନ୍ମୟ ମହାନ୍ତ, ଜ୍ୟୋତିପ୍ରକାଶ ନାୟକ, ସବିନ୍‌ ଖାଦିନ୍‌, ଅନିକେତ୍‌ ପତି, ରାକେଶ ହେମ୍ବ୍ରମ, ଲବ ମାଝୀ, ରୁଦ୍ର ପ୍ରସାଦ ରାଣା, ଓମ୍‌ ପ୍ରକାଶ ନାୟକ, ସ୍ନେହାଶିଷ ପୃ‌ଷ୍ଟି, ଆୟୁଷ ସାମନ୍ତ, ହିମାଂଶୁ ସେଠୀ, ଶ୍ରବଣ କୁମାର ନାୟକ, ସରୋଜ କୁମାର ସେଠୀ, ଶୁଭମ୍‌ ଦାସ, ଅଙ୍କିତା ନାୟକ, ସାଇସନ୍ଧ୍ୟା ପାଣିଗ୍ରାହୀ, ଅରୋରୁପା ସାହୁ, ନିଶିପ୍ରଭା ପୃଷ୍ଟି, ଅନିକେତ ରାଉତ, ଏମ୍‌ଡି ଆଫାନ୍‌, ଅଭିଜିତ୍‌ ପଣ୍ଡା, ପୂଜାଲିନ୍‌ ଜେନା, ଦୀପକ କୁମାର ସାହୁ, ସୌମ୍ୟରଞ୍ଜନ ସାହୁ, ଅକ୍ଷୟ କୁମାର ମହାନ୍ତ, ଶ୍ରୁତିତପ ରାଉତ, ରୀତିକା ନାଏକ, ନନ୍ଦିନୀ ହାଁସଦା, ନିଲମ୍‌ କବି, ସୁମିତ୍ରା ମହାରଣା, ଅଙ୍କିତା ସାହୁ, ଅରୁଣ ଧୀର, ସ୍ବରାଜ ଦାସ, ସୂର୍ଯ୍ୟକାନ୍ତ ନାୟକ, ମନ୍ମଥ ଦାସ, ଜିତେନ୍ଦ୍ର ପ୍ରଧାନ, ଶୁଭରଞ୍ଜନ ପଢ଼ିଆରୀ, ମିହିର ଜେନା, ମାମା ମୁଣ୍ଡା, ରାଜେଶ ମୁଣ୍ଡା, ସୌମ୍ୟାଶ୍ରୀ ଧଳ, ଅନୀତା ଶର୍ମା, ସୋନାଲିକା ମହାରଥି, ସତ୍ୟଜିତ୍‌ ନାୟକ, ସାଇ ଶୁଭଙ୍କର ନାୟକ, ବାବୁଲା ଦାସ, ଆଦିତ୍ୟ ଧନରାଜ୍‌ ସାହୁ, ଜଗଦୀଶ୍ବର ଦାସ, ମନୋରଞ୍ଜନ ପଣ୍ଡା, ଶୁଭସ୍ମିତା ରାଉତ, ରଶ୍ମିରଞ୍ଜନ ସାହୁ, ଅଶୋକ ପଣ୍ଡା, ନିତିଶ କୁମାର ପ୍ରଧାନ, ତରଣୀସେନ୍‌ ବେହେରା, ଗଜାନନ୍ଦ ଠାକୁର, ସମୀର କୁମାର ଦାସ, ସୁଶ୍ରୀସୌରଭି ରାଉତ, ସ୍ମୃତିପ୍ରଜ୍ଞା ସାମଲ, ଅଚ୍ୟୁତାନନ୍ଦ ସାହୁ, ଶିବାନୀ ଓଝା, ସ୍ବପ୍ନାଞ୍ଜଳି ରାଉତ, ଶିବାଶିଷ ନାୟକ, ଶିବାଶିଷ ପଣ୍ଡା, ମାନସ ରଞ୍ଜନ ସାମନ୍ତ, ବିମୋହିତ ଚକ୍ର, ସତ୍ୟବ୍ରତ ମଲିକ, କୈବଲ୍ୟ ରାଉତ, ସୋମେଶ୍‌ ରଞ୍ଜନ ପ୍ରଧାନ, ସୁନୀଲ କୁମାର ନାଥ, ଲକ୍ଷ୍ମୀପ୍ରିୟା ମହାରଣା, ଆଶୁତୋଷ ମହାନ୍ତ, ରମଣୀ ରଞ୍ଜନ ମହାନ୍ତ, ବବୁଲ ମାଝୀ, ହିମାଂଶୁ ଖୁଣ୍ଟିଆ, ତିତିକ୍ଷା ଚକ୍ର, ଅଭିଜିତ କୁମାର ନାୟକ, ପ୍ରିୟ ରଞ୍ଜନ ସାହୁ, ଅନୀଲ କୁମାର ଚାତମ୍ବା, ହାଡ଼ିବନ୍ଧୁ ମାରାଣ୍ଡି, ସ୍ମୃତିରଞ୍ଜନ ବାରିକ, ଶୁଭ୍ରାଂଶୁ ‌ଶେଖର ଜେନା, ଶାନ୍ତନୁ କୁମାର ମହାପାତ୍ର, ସତ୍ୟଜିତ ସାହୁ, ଜିଏସ୍‌ ମଙ୍ଗଲମ୍‌ ଆଶୁତୋଷ, ବନ୍ଦନ ଜେନା, ମନମୋହନ ଦାସ, ଅବିନାଶ ସାମଲ, ରଶ୍ମିରେଖା ତାଣ୍ଡି, ବାଣୀଶିଖା ରାଉତ, ଶୁଭଲକ୍ଷ୍ମୀ ଜେନା, ଲକ୍ଷ୍ମୀଧର ମହାନ୍ତି, ଓମ୍‌ ପ୍ରକାଶ ଜେନା, ସୂର୍ଯ୍ୟାଂଶୁ ଦାସ, ଅରୂପାନନ୍ଦ ସାହୁ, ରୋଜାଲିନ୍‌ ପଣ୍ଡା, ନିରାକାର ନାୟକ, ସୌମ୍ୟରଞ୍ଜନ ପାତ୍ର, ସାହିଲ୍‌ କୁମାର ଦାସ, ରଥ ମୁଣ୍ଡା, ଦେବବ୍ରତ ରାଉତ, ନିଶିକାନ୍ତ ପ୍ରଧାନ, ରସମୟ ମଣ୍ଡଳ, ପ୍ରଭୁଦତ୍ତ ମିଶ୍ର, ଫାର୍‌ହନ୍‌ ଖାନ୍‌।