ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାରର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ  ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ  ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ  ୩ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା।  କାର୍ ଚାଳକ ଓ ଜଣେ ମହିଳା ଗୁରୁତର ଅଛନ୍ତି। ଉଭୟଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

ମୃତକଙ୍କ ମଧ୍ୟର ୩ ଜଣଯାକ ପୁରୁଷ ଅଛନ୍ତି। ଧର୍ମଶାଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିଛି। ଏହି ଦୁର୍ଘଟଣା କାର୍ ଚାଳକଙ୍କ ଅସାବଧାନତା ହେତୁ ଘଟିଥିବା କୁହାଯାଉଛି। କାରଟି ଦ୍ରୁତ ଗତିରେ ଯାଉଥିବା ବି ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର