ଦୁଃଖଦ ଘଟଣା; ସ୍କୁଟି ଉପରେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ଦମ୍ପତି ମୃତ

ଯାଜପୁର: ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଚଢ଼େଇଧରା ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଉପରେ ଟ୍ରକ ମାଡ଼ି ଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଦମ୍ପତି ନିକଟସ୍ଥ ଡ଼ଙ୍କାରୀ ଅଞ୍ଚଳ ଜେନାପୁର ଥାନା ଅଧିନ ମହିସରା ପଂଚାୟତର ଗୋଲକ ସାହୁ(୬୫) ଓ କନକ ଲତା ସାହୁ (୬୦) ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ଏପଟେ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଜୀବନ ଯାଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର