କୃଷି ବିଭାଗର କ୍ଷୟକ୍ଷତି ରିପୋର୍ଟ:୧୧ ହଜାର ହେକ୍ଟର ଫସଲ ନଷ୍ଟ

ଏବେବି ଜମିରେ ଆଣ୍ଠୁଏ ପାଣି:ପୁଣି ବର୍ଷା ଆଣିଲା ବିପଦ

ଦଶରଥପୁର : ଲଗାଣ ବର୍ଷା ଓ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି । କ୍ଷୟକ୍ଷତିର ଆକଳନ କରି ଦଶରଥପୁର କୃଷି ବିଭାଗ ପକ୍ଷରୁ ଜିଲ୍ଲା କାଯ୍ୟର୍ାଳୟଙ୍କୁ ରିପୋର୍ଟ ଦିଆଯାଇଛି। ଜିଲ୍ଲାର ସର୍ବାଧିକ ଧାନ ଏବଂ ଅଣଧାନ(ପନିପରିବା) କ୍ଷତି ଘଟିଛି। ଏବେ ବି ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବା ବେଳେ ପୁଣି ବର୍ଷା ଆଣିଛି ଦୁଃଖ।
ଦଶରଥପୁର କୃଷି ବିଭାଗର ସୂଚନା ଅନୁଯାୟୀ, ୩୫ ପଞ୍ଚାୟତର ୧୫୫ଟି ରାଜସ୍ୱ ଗ୍ରାମରେ ୧୦,୬୨୨ ହେକ୍ଟର ଧାନ ଏବଂ ଅଣଧାନ ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଧାନ ଚାଷ ୧୦ ହଜାର ୩୦୭ ହେକ୍ଟର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଣଧାନ ୩୧୫ ହେକ୍ଟର କ୍ଷତିଗ୍ରସ୍ତ ହୋଇଛି । ଅକରପଡା ପଞ୍ଚାୟତର ୧୫ ରାଜସ୍ୱ ଗ୍ରାମର ୨୬୪ ହେକ୍ଟର ଧାନ ଚାଷ ଓ ପନିପରିବା (ଅଣଧାନ) ୨୩ ହେକ୍ଟର ଜମି ବନ୍ୟାରେ ପ୍ରଭାବିତ ହୋଇଛି । ଅସନପୁରର ୫ ରାଜସ୍ୱ ଗ୍ରାମର ୪୦୦ ହେକ୍ଟର ଧାନ ଓ ଅଣଧାନ ୭ ହେକ୍ଟର, ବିହାରିର ୪ ରାଜସ୍ୱ ଗ୍ରାମର ୧୬୨ ହେକ୍ଟର ଧାନ ଓ ଅଣଧାନ ୭ ହେକ୍ଟର, ବିରଜାପୁରର ୫ ରାଜସ୍ୱ ଗ୍ରାମର ୧୭୫ ହେକ୍ଟର ଧାନ ଓ ଅଣଧାନ ୫ ହେକ୍ଟର, ବିରିପଟାର ୬ ରାଜସ୍ୱ ଗ୍ରାମର ୫୯୪ ହେକ୍ଟର ଧାନ ଓ ଅଣଧାନ ୨୦ ହେକ୍ଟର, ବିରୁହାଁର ୪ ରାଜସ୍ୱ ଗ୍ରାମର ୧୬୨ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ଚମ୍ପେଇପାଳର ୬ ରାଜସ୍ୱ ଗ୍ରାମର ୩୬୪ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ଚଷାଖଣ୍ଡର ୩ ରାଜସ୍ୱ ଗ୍ରାମର ୨୩୯ ହେକ୍ଟର ଧାନ ଓ ଅଣଧାନ ୬ ହେକ୍ଟର, ଛଚିଣାର ୨ ରାଜସ୍ୱ ଗ୍ରାମର ୧୫୩ ହେକ୍ଟର ଧାନ ଓ ଅଣଧାନ ୭ ହେକ୍ଟର, ଚିତାଳୋର ୪ ରାଜସ୍ୱ ଗ୍ରାମର ୧୬୬ ହେକ୍ଟର ଧାନ ଓ ଅଣଧାନ ୧୨ ହେକ୍ଟର, ଡାହଣହତାର ୬ ରାଜସ୍ୱ ଗ୍ରାମର ୨୫୯ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ଦଶରଥପୁରର ୩ ରାଜସ୍ୱ ଗ୍ରାମର ୭୫ ହେକ୍ଟର ଧାନ ଓ ଅଣଧାନ ୫ ହେକ୍ଟର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦତ୍ତପୁରର ୨ ରାଜସ୍ୱ ଗ୍ରାମର ୩୪୦ ହେକ୍ଟର ଧାନ ଓ ଅଣଧାନ ୧୧ ହେକ୍ଟର, ଦୁଦୁରାଅନ୍ତାର ୩ ରାଜସ୍ୱ ଗ୍ରାମର ୩୯୦ ହେକ୍ଟର ଧାନ ଓ ଅଣଧାନ ୧୭ ହେକ୍ଟର, ଗୋପାଳପୁରର ୪ ରାଜସ୍ୱ ଗ୍ରାମର ୬୩ ହେକ୍ଟର ଧାନ ଓ ଅଣଧାନ ୮ ହେକ୍ଟର, ଗ୍ରାମନନ୍ଦିପୁରର ୪ ରାଜସ୍ୱ ଗ୍ରାମର ୧୬୯ ହେକ୍ଟର ଧାନ ଓ ଅଣଧାନ ୬ ହେକ୍ଟର, ଇଜାପୁରର ୫ ରାଜସ୍ୱ ଗ୍ରାମର ୨୪୮ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ଜାଫରପୁରର ୨ ରାଜସ୍ୱ ଗ୍ରାମର ୧୧୪ ହେକ୍ଟର ଧାନ ଓ ଅଣଧାନ ୭ ହେକ୍ଟର, ଜୟନ୍ତରରାର ୪ ରାଜସ୍ୱ ଗ୍ରାମର ୧୯୨ ହେକ୍ଟର ଧାନ ଓ ଅଣଧାନ ୨୨ ହେକ୍ଟର, କମାରଡିହିର ୪ ରାଜସ୍ୱ ଗ୍ରାମର ୩୫୦ ହେକ୍ଟର ଧାନ ଓ ଅଣଧାନ ୧୧ ହେକ୍ଟର, କନିକାପଡାର ୩ ରାଜସ୍ୱ ଗ୍ରାମର ୨୧୬ ହେକ୍ଟର ଧାନ ଓ ଅଣଧାନ ୧୦ ହେକ୍ଟର, କଷପାର ୨ ରାଜସ୍ୱ ଗ୍ରାମର ୩୧୦ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, କଟିକଟାର ୪ ରାଜସ୍ୱ ଗ୍ରାମର ୧୬୫ ହେକ୍ଟର ଧାନ ଓ ଅଣଧାନ ୭ ହେକ୍ଟର, କୟାଁର ୪ ରାଜସ୍ୱ ଗ୍ରାମର ୩୭୧ ହେକ୍ଟର ଧାନ ଓ ଅଣଧାନ ୧୩ ହେକ୍ଟର ହୋଇଛି। ଖାନନଗରର ୨ ରାଜସ୍ୱ ଗ୍ରାମର ୩୪୯ ହେକ୍ଟର ଧାନ ଓ ଅଣଧାନ ୮ ହେକ୍ଟର, ଖଣ୍ଡରାର ୯ ରାଜସ୍ୱ ଗ୍ରାମର ୨୪୩ ହେକ୍ଟର ଧାନ ଓ ଅଣଧାନ ୧୭ ହେକ୍ଟର,ମଲ୍ଲିକାପୁରର ୩ ରାଜସ୍ୱ ଗ୍ରାମର ୪୨୫ ହେକ୍ଟର ଧାନ ଓ ଅଣଧାନ ୧୧ ହେକ୍ଟର, ମଂଗଳପୁରର ୩ ରାଜସ୍ୱ ଗ୍ରାମର ୧୫୯ ହେକ୍ଟର ଧାନ ଓ ଅଣଧାନ ୪ ହେକ୍ଟର, ନିଜାମପୁରର ୫ ରାଜସ୍ୱ ଗ୍ରାମର ୮୭୭ ହେକ୍ଟର ଧାନ ଓ ଅଣଧାନ ୨୬ ହେକ୍ଟର, ପାଲଟପୁରର ୫ ରାଜସ୍ୱ ଗ୍ରାମର ୨୨୦ ହେକ୍ଟର ଧାନ ଓ ଅଣଧାନ ୨୨ ହେକ୍ଟର, ରାହାସୋଇର ୫ ରାଜସ୍ୱ ଗ୍ରାମର ୧୭୩ ହେକ୍ଟର ଧାନ ଓ ଅଣଧାନ ୮ ହେକ୍ଟର, ଶୁଶୁଆର ୪ ରାଜସ୍ୱ ଗ୍ରାମର ୨୩୦ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ତଳିହାର ୮ ରାଜସ୍ୱ ଗ୍ରାମର ୧୮୪ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର, ତରପଦାର ୩ ରାଜସ୍ୱ ଗ୍ରାମର ୫୯୦ ହେକ୍ଟର ଧାନ ଓ ଅଣଧାନ ୧୬ ହେକ୍ଟର, ଥାଲକୁଡିର ୩ ରାଜସ୍ୱ ଗ୍ରାମର ୩୭୨ ହେକ୍ଟର ଧାନ ଓ ଅଣଧାନ ୯ ହେକ୍ଟର ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର