କୋରେଇ: ଏଡ୍ସରେ ଆକ୍ରାନ୍ତ ହୋଇ ୧୦ ମାସ ତଳେ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। କିଛିଦିନ ତଳେ ନିଜେ ଅସୁସ୍ଥ ହେବାରୁ ପରୀକ୍ଷା କରିବା ପରେ ଜଣା ପଡିଲା ସେ ନିଜେ ମଧୢ ସେହି ରୋଗରେ ଆକ୍ରାନ୍ତ। ଏକଥା ଜଣା ପଡିବା ପରେ ପାଦତଳୁ ମାଟି ଖସିଯାଇଥିଲା ସମ୍ପୃକ୍ତ ମହିଳାଙ୍କର। ଏବେ ପୁଣି ବୋଝ ଉପରେ ନଳିତା ବିଡ଼ା ପରି ଶେଷରେ ଶାଶୂଘରୁ ତଡ଼ା ଖାଇବାକୁ ପଡିଛି ମହିଳାଙ୍କୁ। ନିରୁପାୟ ହୋଇ ମୁଣ୍ତ ଗୁଞ୍ଜିବା ପାଇଁ ଆଜି ଆବାସ ଯୋଜନାରେ ଘରଖଣ୍ତେ ଏବ˚ ରାସନକାର୍ଡ ପାଇଁ ବ୍ଲକ୍ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। କୋରେଇ ବ୍ଲକ୍ ଅନ୍ତର୍ଗତ ମୂଳାପାଳ ପ˚ଚାୟତ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଘଟଣା ମୂତାବକ ପାଣିକୋଇଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ପେଟ ପାଟଣା ପାଇଁ ସୁରଟରେ ରହି କାମ କରୁଥିଲେ। କିଛିଦିନ ସେଠାରେ ରହି ଘରକୁ ଫେରିବା ପରେ ସୁକିନ୍ଦା ଅ˚ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହର ଦୁଇମାସ ପରେ ବାରମ୍ବାର ଦେହ ଅସୁସ୍ଥ ହେବାରୁ ଡାକ୍ତରୀ ପରୀକ୍ଷା ପରେ ସେ ଏଡସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ୨୦୧୭ ମସିହା ଅକ୍ଟୋବର ମାସ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ବିଧବା ସ୍ତ୍ରୀ ମଧୢ ବାରମ୍ବାର ଅସୁସ୍ଥ ହୋଇ ସୁକିନ୍ଦା ସ୍ଥିତ ନିଜ ବାପ ଘରେ ଯାଇ ରହିଥିଲେ। ରକ୍ତ ପରୀକ୍ଷା କରିବାକୁୁ ତାଙ୍କୁ ମଧୢ ଏଡସ୍ ହୋଇଥିବା ଜଣାପଡିଥିଲା। ପରେ ସେ ନିଜ ଶାଶୂଘରେ ରହିବାକୁ ଆସିଥିଲେ। ହେଲେ ଶାଶୂ ଏବ˚ ଦିଅର ତାଙ୍କୁ ସେଠାରେ ରହିବା ପାଇଁ ବାରଣ କରିଥିଲେ। ଏପରିକି ଘରୁ ବିଦା କରିବା ସହିତ ନିତ୍ୟ ବ୍ୟବହୃତ ଜିନିଷ ମଧୢ ସାଙ୍ଗରେ ନେବାକୁ ଦେଇ ନଥିଲେ। ସ୍ବାମୀ ମରିବା ପରେ ପରିବାର ବୋଲି କହିଲେ କେହି ନଥିବାରୁ ଶେଷରେ ନିରୂପାୟ ହୋଇ ମୁଣ୍ତ ଗୁଞ୍ଜିବା ପାଇଁ ଆବାସ ଯାଜନାରେ ଘରଖଣ୍ତେ ଏବ˚ ରାସନକାର୍ଡ ପାଇଁ କୋରେଇ ବିଡିଓ ହେମନ୍ତ କୁମାର ବିହାରୀଙ୍କ ନିକଟରେ ଗୁହାରି କରିଛନ୍ତି।
କୋରେଇ ବିଡିଓ ଶ୍ରୀ ବିାହାରୀ ତୁରନ୍ତ ତାଙ୍କୁ ବିଧବା ଭତ୍ତା ଏବ˚ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କାର ଆର୍ଥକି ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ରାସନକାର୍ଡରେ ମାସକୁ ୩୫ କେଜି ଚାଉଳ ଏବ˚ ଆବାସ ଯୋଜନାରେ ଘର ପାଇଁ ମଧୢ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏଡ୍ସ ରୋଗୀଙ୍କ ପାଇଁ କେନ୍ଦ୍ର ଏବ˚ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏବେ ମଧୢ ବହୁ ସ୍ଥାନରେ ଏହାର ସଠିକ୍ ରୂପାୟନ ହୋଇପାରୁନାହିଁ। ସଚେତନତା ଅଭାବରୁ ଏବେ ମଧୢ ବହୁଲୋକ ଏଡ଼ସ୍ ରୋଗକୁ ଏକ ବ୍ୟାଧି ଭାବରେ ଗ୍ରହଣ କରିବା ସହିତ ସାମାଜିକ ଭେଦଭାବ ଜାରି ରହିଛି। ଫଳରେ ବହୁରୋଗୀ ନିଜ ପରିବାର ଏବ˚ ସମାଜ ଠାରୁ ଦୂରେଇ ରହିବାକୁ ବାଧୢ ହେଉଛନ୍ତି।
ଏଡସ୍ ଆକ୍ରାନ୍ତ ମହିଳାଙ୍କୁ ଘରୁ ତଡ଼ିଦେଲେ:ରାସନ କାର୍ଡ, ଆବାସ ପାଇଁ ଆବେଦନ
/sambad/media/post_attachments/wp-content/uploads/2018/10/jajpura.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)