କାଳିଆପାଣି (ରବି ନାରାୟଣ କର): ପିଇବା ପାଣି ଅଭାବରୁ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ମହିଳା। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଭୀମଟାଙ୍ଗର ଗାଁର ମହିଳାମାନେ ଡେକ୍ଚି, ଗରା ଓ ମାଠିଆ ଧରି ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଅବରୋଧ କରିଥିଲେ। ବ୍ୟସ୍ତ ବହୁଳ ସଡ଼କର ଉଭୟ ପାର୍ଶ୍ବରେ ଶହଶହ ଟ୍ରକ୍, ଯାତ୍ରୀବାହୀ ବସ୍ ଓ ଯାନବାହନ ଅଟକି ରହିଥିଲା। ଥାନା ଅଧିକାରୀ(ଆଇଆଇସି) ଶିବ ଚରଣ ବେହେରାଙ୍କ ନେତୃତ୍ବରେ ଏକ ସେକ୍ସନ ପୁଲିସ ଫୋର୍ସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ। ଆଇନ ହାତକୁ ନେଇଥିବା ମହିଳାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରାଥମିକ ପଦକ୍ଷେପ ନେଇଥିଲା। ହେଲେ ଘଟଣାସ୍ଥଳରେ ମହିଳାମାନଙ୍କ ଅଭିଯୋଗ ଓ ଦୁଃଖ ଶୁଣିବା ପରେ ଆଇଆଇସି ଶ୍ରୀ ବେହେରା ନରମିଥିଲେ। ମହିଳାଙ୍କ ଜଳ ଯାତନା ଦୁର୍ବିଷହ ଜାଣି ଘଣ୍ଟାଏ ଧରି ୬୦ ପରିବାର ବିଶିଷ୍ଟ ଗାଁର ଦାଣ୍ଡରେ ଥିବା ସବୁ ନଳକୂଅକୁ ଯାଇ ସ୍ଥିତି ପରଖିଥିଲେ। ପ୍ରଶାସନ ସହାୟତାରେ ତୁରନ୍ତ ସମସ୍ୟାର ପ୍ରାଥମିକ ସମାଧାନ କରାଇଥିଲେ।
ଆହୁରି ପଢ଼ନ୍ତୁ: Mega drinking water supply: ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ: ଅନିୟମିତତା ମାନିଲେ, କାର୍ଯ୍ୟାନୁଷ୍ଠାନ କଥା କହିଲେନି
ଗତ ଜୁନମାସ ଜିଲ୍ଲାରେ ହଇଜା ବ୍ୟାପିଥିବା ସମୟରେ ପାନୀୟଜଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସର୍ଭେ ଆଧାରରେ ଗାଁର ସମସ୍ତ ୯ଟିଯାକ ନଳକୂଅ ପାଣି ବିଷାକ୍ତ ଚିହ୍ନଟ ହୋଇଥିଲା। ସବୁ ନଳକୂଅର ହାଣ୍ଡଲଯୁକ୍ତ ଶୀର୍ଷ ଅଂଶ ଖୋଲି ନିଆଯାଇଛି। ବେଦାନ୍ତ-ଫେକର କଲରଙ୍ଗିଅତ୍ତା କ୍ରୋମାଇଟ୍ ଖଣି ପକ୍ଷରୁ ଗାଁରେ ପ୍ରତିଷ୍ଠା କରାଯାଇଥିବା ପାନୀୟଜଳ ପ୍ରକଳ୍ପର ପାଣି ବି ବିଷାକ୍ତ ଚିହ୍ନଟ ପରେ ଏସବୁର ପାଣି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଗାଁ ଦାଣ୍ଡର ଏକାଧିକ ସ୍ଥାନରେ ଏ ସଂପର୍କିତ ବିଜ୍ଞପ୍ତି ଲଗାଯାଇଛି।
ଶୁଖିଲା ପଡ଼ିଛି ଖୋଲାକୂଅ
ସେହିପରି ଅଧିକାଂଶ ଘର ବାଡ଼ିରେ ଥିବା ଖୋଲାକୂଅ ଶୁଖିଲା ପଡ଼ିଛି। ଶୀତଦିନ ପୂର୍ବରୁ ଗାଁ ଜଳସଂକଟ ସାଂଘାତିକ ହେଲାଣି। ଏମିତିରେ ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର ପାଣି ଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହାରା ହୋଇଛି। ତେବେ ଗାଁର ତଳମୁଣ୍ଡରେ ଥିବା ଏକାଧିକ ପରିବାର ଦ୍ବାରା ପିଇବାପାଣି ବାଟମାରଣା ପାଇଁ ଉପରମୁଣ୍ଡକୁ ପାଣି ଉଠି ପାରୁନଥିବା ନେଇ ସଂଯୁକ୍ତା ମହାନ୍ତ, ସଖୀ ମହାନ୍ତ, ଦେବକୀ ମହାନ୍ତ, ପ୍ରିୟତମା ମହାନ୍ତ, ରେବତୀ ମହାନ୍ତ, ଅକ୍ଷୟ ମହାନ୍ତ, କୁନା ମହାନ୍ତ, ପ୍ରଭାକର ମହାନ୍ତ, କେଶବ ମହାନ୍ତ ଓ ନିର୍ମଳେନ୍ଦୁ ମହାନ୍ତ ପ୍ରମୁଖ ଅଭିଯୋଗ କରନ୍ତି। ପାଣି ଅଭାବରୁ ଘରେଘରେ ଅଶାନ୍ତି ଓ ଅସନ୍ତୋଷ ଲାଗି ରହୁଥିଲା। ଏଣୁ ଆନ୍ଦୋଳନ ଛଡ଼ା ଅନ୍ୟ ବାଟ ନଥିଲା ବୋଲି ମହିଳାମାନେ ମତ ରଖିଥିଲେ। ବେଆଇନ ରାସ୍ତାରୋକ ଆନ୍ଦୋଳନ ପାଇଁ ଗ୍ରାମବାସୀ ଆଇଆଇସିଙ୍କୁ ଭୁଲ ମାଗି କ୍ଷମା ପ୍ରାର୍ଥନା କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଲିସ ୨ ଅଭିଯୁକ୍ତଙ୍କ ଘରକୁ ଯାଇ ତଦନ୍ତ କରିଥିଲା। ଅଭିଯୁକ୍ତମାନେ ମେଗା ପ୍ରକଳ୍ପ ପାଇପ୍ କାଟି ପାଣିପମ୍ପ୍ ଲଗାଇ ଛାତ ଉପରେ ଥିବା ପାଣିଟାଙ୍କିକୁ ସଂଯୋଗ କରାଯାଇଥିବା ଧରାପଡ଼ିଥିଲା। ପୁଲିସ ଏହି ପମ୍ପ୍ ଜବତକରି ତଦନ୍ତ ପରିସରଭୁକ୍ତ କରିଛି।
ଆହୁରି ପଢ଼ନ୍ତୁ: School MDM: ପୋକରା ଚାଉଳରୁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ୫୦୦ରୁ ଊର୍ଦ୍ଧ୍ବ ପିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/13/women-2025-12-13-20-55-57.jpg)