ଦୁଇ ନିଷ୍ପାପ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ୍‌

ଯାଜପୁର: ଆଉ ଦୁଇ ନିଷ୍ପାପ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ୍‌। ବହୁ ଚର୍ଚିତ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଂଚାୟତ ଅନ୍ତର୍ଗତ ଟାଭାସରୁଆ ଗ୍ରାମର ଦୁଇ ଶିଶୁ ମାଆ ଛେଉଣ୍ଡ ହୋଇ ନିଜ ମାଉସୀଙ୍କ ପାଖରେ ରହୁଥିବା ବେଳେ ଟ୍ରଷ୍ଟ୍‌ ପକ୍ଷରୁ ତାଙ୍କୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି କିଛି ଦିନ ହେବ ଦୁଇ ଶିଶୁଙ୍କ ମାଆ ଏକ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିବା ଫଳରେ ଦୁଇ ଶିଶୁ ବାପାମାଆ ଛେଉଣ୍ଡ ହୋଇପଡିଲେ।

ଘଟଣାରୁ ପ୍ରକାଶ ଯେ ପାରିବାରିକ କଳହରୁ ଅନେକ ଦିନରୁ ଏହି ୨ ଶିଶୁଙ୍କର ବାପାମାଆ ସେମାନଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଏହି କିଛିଦିନ ହେବ ଦୁଇ ଶିଶୁଙ୍କ ମାଆ ଏକ ଅଜଣା ରୋଗରେ ପୀଡିତ ଥିଲେ। ଏବେ ମାଆଙ୍କ ମୃତ୍ୟୁ ପରେ ତାଙ୍କର ଆଉ କେହି ନଥିବାରୁ ତାଙ୍କ ମାଉସୀ ଆସି ତାଙ୍କ ଦେଖାଶୁଣା କରୁଛନ୍ତି।

ମାତ୍ର ଦୁଃଖର ବିଷୟ ଏହା କି ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ଘର ଚଳିବାକୁ ଏବଂ ମାଆର ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ହେଉଥିବା ଖବର ପାଇ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ନିର୍ଦେଶକ୍ରମେ ଟ୍ରଷ୍ଟର ସଦସ୍ୟ ମନୋଜ କୁମାର ପଲେଇ ସେଠାରେ ପହଁଚି ସେମାନଙ୍କୁ ପାଞ୍ଚ ମାସର ରାସନ ସାମଗ୍ରୀ ଦେବା ସହ ପିଲାଙ୍କ ପାଇଁ ବସ୍ତ୍ର ଏବଂ ଶୁଦ୍ଧିକ୍ରିୟା ପାଇଁ କିଛି ଅର୍ଥରାଶି ପ୍ରଦାନ କରିଥିଲେ। ଏଥିରେ ସହଯୋଗ କରିଥିଲେ ସ୍ଥାନୀୟ ବ୍ଲକ ଅଧକ୍ଷ ଏବଂ ସ୍ଥାନୀୟ ସରପଞ୍ଚ। ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର