ଦାନଗଦୀ ବଜାରରେ ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ୫୦ରୁ ଅଧିକ ଦୋକାନ

ଦାନଗଦୀ : ଡୁବୁରୀ-ମିଲିଟାରି ଛକ ରାସ୍ତା ସଂପ୍ରସାରଣ ପାଇଁ ଆଜି ଦାନଗଦୀ ବଜାରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବ୍ୟବସାୟ ପ୍ରତିଷ୍ଠାନ ଏହି ଉଚ୍ଛେଦରେ ମାଟିରେ ମିଶିଛି। ଦୀର୍ଘଦିନ ହେଲା ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁନଥିଲା। ଦାନଗଦୀ ବଜାରରେ ଜବରଦଖଲ କରିଥିବା ବହୁ ଦୋକାନୀଙ୍କୁ ଦାନଗଦୀ ତହସିଲ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଥିଲା। ଗତ ୨ଦିନ ତଳେ ତହସିଲ ପକ୍ଷରୁ ମାଇକ ଯୋଗେ ବଜାର ଭଙ୍ଗାଯିବା ପାଇଁ ପ୍ରଚାର କରାଯାଇଥିଲା। ଫଳରେ ଅଧିକାଂଶ ଦୋକାନୀ ନିଜ ନିଜର ଦୋକାନରୁ ଜିନିଷପତ୍ର ହଟାଇ ନେଇଥିଲେ। ଅବଶିଷ୍ଟ ପଟ୍ଟା ଜମିରେ ଥିବା ଦୋକାନଗୁଡ଼ିକୁ ନୋଟିସ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର