ଦଶରଥପୁର : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ପାଲଟପୁର ବିକାଶ ମଞ୍ଚ ପକ୍ଷରୁ ମଙ୍ଗଳପୁର ଥାନା ଘେରାଉ କରାଯାଇଥିଲା। ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରୁ ଏକ ଶୋଭାଯାତ୍ରା ବାହାରି ଥାନା ସମ୍ମୁଖରେ ପହଞ୍ଚିଥିଲା। ବିକାଶ ମଞ୍ଚର ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ କନକଲତା ମଲ୍ଲିକ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା, ବ୍ଲକ୍‌ କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କର, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରଂଜିତା ରାଉତ, ଏକାଦଶୀ ତ୍ରିପାଠୀ, ବିମଳ ମଲ୍ଲିକ, ଇନ୍ଦ୍ରଜିତ ଦାସ, ଅନନ୍ତ କୁମାର ଜେନା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁବାସ ମହାନ୍ତି, ଯୁବନେତା ଲକ୍ଷ୍ମୀନାରାୟଣ ମଲ୍ଲିକ, ନିରଂଜନ ସାହୁ, ଆଶୁତୋଷ ପାଣିଗ୍ରାହୀ, ପ୍ରମୋଦ ପଣ୍ଡା, ପୀତବାସ ବେହେରା, ସୁଧିର ବିଶ୍ୱାଳ, ସତ୍ୟଜିତ ସାମଲ, ପ୍ରମୋଦ ଦାସ, ସମାଜସେବୀ ବିଜୟ ପରିଡ଼ା, କୃଷକ ନେତା ରବୀନ୍ଦ୍ର ସାହୁ, ସିପିଆଇ ରାଜ୍ୟ ପରିଷଦ ସଭ୍ୟ ମଳୟ ପଣ୍ଡା, ନବ କିଶୋର ବେହେରା, ଜିଲ୍ଲା ସମ୍ପାଦକ ଅଭୟ ପଣ୍ଡା, କାଳନ୍ଦି ମଲ୍ଲିକ, ବନମାଳୀ ଦାସ, କୁଶାସନ ମଲ୍ଲିକ, ସିପିଏମ ବିଜୟ ନାୟକ, ଅମୁଲ୍ୟ ସାମଲ, ଫକିର ମୋହନ ସାହୁ, ଚନ୍ଦ୍ରକାନ୍ତ ପରିଡ଼ା, ପାଲଟପୁର ସରପଞ୍ଚ ଲିପିକା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

Advertisment

୨ ସାମ୍ବାଦିକ ଚନ୍ଦ୍ର ଶେଖର ସାହୁ ଓ ଜ୍ୟୋତି ପ୍ରକାଶ ସାହୁଙ୍କୁ ନ୍ୟାୟ ନମିଳିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଥିଲା। କଂଗ୍ରେସ ଦଳିତ ସେଲ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଓବିସି ସେଲ ସଭାପତି ପ୍ରଶାନ୍ତ ସାହୁ, ବିକାଶ ମଞ୍ଚ ପକ୍ଷରୁ ସୁରେନ୍ଦ୍ର ପାତ୍ର, ନିରଂଜନ ଜେନା, ଦେବେନ୍ଦ୍ର ବେହେରା, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବରାଜ ମଲ୍ଲିକ, ପାଣ୍ଡବ ମଲ୍ଲିକ, ପିତାମ୍ବର ଜେନା, ଶମ୍ଭୁନାଥ ଜେନା, ଗଣନାଥ ଜେନା, ବିଶ୍ୱନାଥ ବେହେରା, ଅମିୟ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମଧ୍ୟାହ୍ନରେ ଅତିରିକ୍ତ ଏସ୍‌ପି ଅନିରୁଦ୍ଧ ରାଉତରାୟ, ଏସଡିପିଓ ସତ୍ୟବ୍ରତ ଲେଙ୍କା, ଆଇଆଇସି ଚିନ୍ମୟୀ ସାହୁ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଦୋଳନ ସମୟରେ ୨ ପ୍ଲାଟୁନ ପୁଲିସ ସହିତ ଦଶରଥପୁର, ଅଳକୁଣ୍ଡ ଓ ବିଂଝାରପୁର ଆଇଆଇସି ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ଭୂମି ଅଧିଗ୍ରହଣ ଅଧିକାରୀ ରଂଜନ କୁମାର ସିଂ ଉପସ୍ଥିତ ଥିଲେ। ଅକ୍ଷୟ ନାୟକ, ହୃଷୀକେଶ ଜେନା, ମାୟାଧର ପାତ୍ର, ଶଶିକାନ୍ତ ସାହୁ, ମନୋଜ ପାଗଳ, ବୃନ୍ଦାବନ ଜେନା, ଗଜେନ୍ଦ୍ର ବାରିକ, ଉମେଶ ଜେନା, ସାଗର ପରିଡ଼ା, ସରୋଜ ନାୟକ, ବନିତା ଦାସ, ମଦନ ମଲ୍ଲିକ, ବିଚିତ୍ରାନନ୍ଦ ମଲ୍ଲିକ, ସଂଜୟ ପତି, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଜ୍ୟୋତି ରଂଜନ ଜେନା, ସର୍ବେଶ୍ୱର ମଲ୍ଲିକ, ସୁଜନ ସାହୁ, ରବୀନ୍ଦ୍ର ବାରିକ, ଜ୍ଞାନେନ୍ଦ୍ର ମଲ୍ଲିକ, ବିଜୟ ବେହେରା, ଅଜିତ ମହାନ୍ତିଙ୍କ ସମେତ ଶତାଧିକ ମହିଳା, ପୁରୁଷ ଉପସ୍ଥିତ ଥିଲେ।