ଦଶରଥପୁର : ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତର କେରୁଣା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ଚୟନକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। କେତେଜଣ ଅସାମାଜିକ ବ୍ୟକ୍ତି ପହଞ୍ଚି ଜଣେ ପ୍ରାର୍ଥିନୀଙ୍କୁ ଘୋଷାରିବା ସହ ତାଙ୍କ ସଂପର୍କୀୟ ନଣନ୍ଦଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶେଷରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି। ଏ ଘଟଣାରେ ପୀଡ଼ିତା ମହିଳାଜଣକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୁଲିସ ମାମଲା ରୁଜୁ କରିନାହିଁ। ଏ ବିଷୟରେ ତଦନ୍ତକାରୀ ଅଧିକାରୀ ସନ୍ତୋଷ କୁମାର ସିଂଙ୍କୁ ପଚାରିବାରେ ଉଭୟ ପକ୍ଷଙ୍କୁ ଥାନାରେ ବସାଯାଇଛି। ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।
ଅଙ୍ଗନବାଡ଼ି ସହାୟିକା ଚୟନ ବେଳେ ଗଣ୍ଡଗୋଳ: ମହିଳାଙ୍କୁ ଘୋଷାରି ପିଟିଲେ
/sambad/media/post_attachments/wp-content/uploads/2018/04/ata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)