ଯାଜପୁର: କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଯାଜପୁରରେ ବାରୁଣୀ ମେଳାକୁ ବନ୍ଦ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାଜପୁରର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତେକ ବର୍ଷ ମହାସମାରୋହରେ ବାରୁଣୀ ବୁଡ଼ ସହ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ପୂର୍ବବର୍ଷ କରୋନା ମହାମାରୀ ପାଇଁ ବନ୍ଦ ଥିଲା ଏହି ବାରୁଣୀ ମେଳା । ସେହିପରି ଏବର୍ଷ ମଧ୍ୟ ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ କରାଯିବା ସହ ଘାଟ ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ପ୍ରଶାସନ ପକ୍ଷରୁ ଆଜି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏଥିସହ ଏପ୍ରିଲ ନିୟମାବଳୀ ଅନୁସାରେ ୨ ଶହ ଲୋକଙ୍କଠାରୁ ଅଧିକ ଲୋକଙ୍କ ସମାଗମ ନ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି । ସେଥିପାଇଁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ଓ ସଂଲଗ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ସହ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଥିବା ସୂଚନା ରହିଛି। ଏପଟରେ ଶ୍ରଦ୍ଧାଳୁମାନେ ଆଶା କରି ଆସି ନିରାଶ ହୋଇ ଘରକୁ ଫେରିଛନ୍ତି।