ଯାଜପୁର: ‘ନବୀନ ଓଡ଼ିଶା ଯୁବ ଓଡ଼ିଶା’ କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ରହିଛି।କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସ୍ଥଳ ଛାଡ଼ି ଧାଇଁଥିବାର ଖବର ମିଳିଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ।
ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ନବୀନ ଓଡ଼ିଶା ଯୁବ ଓଡ଼ିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଅଚାନକ ବାଘୁଆ ମହୁମାଛି ଆକ୍ରମଣ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସ୍ଥାନୀୟ ବିଧାୟକ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରୁ ପଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/2-23-750x430-1.jpg)