କୋରେଇ: ପାଣିକୋଇଲି ଛକରେ ବସି କାନ୍ଦୁଥିବା ଜଣେ ନାବାଳିକାକୁ ଉଦ୍ଧାର ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ପାଣିକୋଇଲି ସ୍ଥିତ ଶନି ମନ୍ଦିର ନିକଟରେ ଜଣେ ନାବାଳିକା ବସି କାନ୍ଦୁଥିବା ବରିଷ୍ଠ ନାଗରିକ ମ˚ଚର ସଭାପତି ନୃସି˚ହ ଚରଣ ଦଳାଇ ଦେଖିଥିଲେ। ପରେ ତାକୁ ଉଦ୍ଧାର କରି ପୁଲିସ୍ରେ ଖବର ଦେବା ପରେ ନାବାଳିକା ଜଣକ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅ˚ଚଳର ବୋଲି ଜଣାପଡିଥିଲା। ଏ ସର୍ମ୍ପକରେ ଶ୍ରୀ ଦଳାଇ ପାଣିକୋଇଲି ଥାନାରେ ଜଣାଇବା ସହ ସାମାଜିକ କର୍ମୀ ତାରିଣୀ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ। ପରେ ଶ୍ରୀ ପଟ୍ଟନାୟକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହ ଯୋଗାଯୋଗ କରିଥିଲେ। ଆଜି ଯାଜପୁର ଡିସିପିଓ ନିର˚ଜନ କରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା ବିଭାଗ କର୍ମୀମାନେ ନାବାଳିକାକୁ ପଚରାଉଚରା କରିଥିଲେ। ପିଲାବେଳୁ ତାଙ୍କ ମା’ ମରିଯାଇଥିବା ବେଳେ ବାପା ତାଙ୍କୁ ଭଦ୍ରକର ଏକ ଦମ୍ପତିଙ୍କୁ ଦେଇ ଦେଇଥିେଲ। ସେମାନେ ନାବାଳିକାକୁ ଘରର ବିଭିନ୍ନ କାମ କରାଇବା ସହିତ ନିର୍ଯାତନା ଦେଉଥିଲେ। ଏପରିକି ଭଲରେ ଖାଇବା, ପିନ୍ଧିବା ମଧୢ ଦେଇନଥିବା ନାବାଳିକା ଜଣକ ଅଭିଯୋଗ କରିଛି। ଫଳରେ ସେ ବାଧୢ ହୋଇ ସେଠାରୁ ପାଳାଇ ଆସି ପାଣିକୋଇଲିରେ ପହଞ୍ଚିଥିଲା ବୋଲି କହିଥିଲା। ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ରବିନ୍ଦ୍ର ନାଥ ସେଠୀ, ପଦ୍ମ ଚରଣ ସାମନ୍ତରାୟ, ଅରୁଣ କୁମାର ସ୍ବାଇଁ, ମୀତା ଦାସ ପ୍ରମୁଖ ପାଣିକୋଇଲି ଥାନାରେ ପହଞ୍ଚି ନାବାଳିକାକୁ ସାଙ୍ଗରେ ନେବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।
ଭଦ୍ରକର ନାବାଳିକା ପାଣିକୋଇଲିରୁ ଉଦ୍ଧାର
/sambad/media/post_attachments/wp-content/uploads/2018/11/jajpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)