ରସୁଲପୁର: ଖରସ୍ରୋତା ନଦୀରୁ ଧରାପଡ଼ିଲେ ୬ଟି ବଡ଼ ବଡ଼ ବିରଳ ପ୍ରଜାତିର ମାଛ

ଯାଜପୁର: ଜିଲ୍ଲାରେ ଥିବା ଖରସ୍ରୋତା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଖରସ୍ରୋତା ନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ଜାଲରେ ଲାଗିଥିଲା ।

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ଧୀବରମାନେ ୬ଟି ବଡ଼ ଧରଣର ମାଛ ଧରିଥିବା ଜଣାପଡିଛି । ଆଜି ସକାଳେ ସ୍ଥାନୀୟ ଧୀବରମାନେ ଯୋକଡିଆ ଆନିକଟ୍ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ ୬ ଟି ଅମଛା ମାଛ ଧରାପଡି ଥିଲେ । ଏହି ମାଛକୁ ଧୀବରମାନେ ନଦୀରୁ ଆଣି ଓଜନ କରିବା ପରେ ମାଛମାନଙ୍କର ଓଜନ ୭୨ , ୬୮, ୬୨ , ୫୦ ,୪୮.୫୦୦ ୪୮ କିଲୋରୁ ଉର୍ଦ୍ଧ୍ବ ଓଜନ ହୋଇଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଧୀବରମାନେ ଉକ୍ତ ମାଛକୁ କାଟି ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର