ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ବ୍ୟାସନଗର :  ସନ୍ଧ୍ୟାରେ ଯାଜପୁରରୋଡ଼ ଥାନା ଅନ୍ତର୍ଗତ ନେଳିବାରି ଛକ ନିକଟରେ ଜଣେ ଯୁବକଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ନଠୁଆବରର ଶୁଭ ଶତପଥୀ(୪୫)। ନଠୁଆବର ବଜାରରେ ଦୋକାନ କରିଥିବା ଶୁଭ ଆଜି ସନ୍ଧ୍ୟାରେ ଜିନିଷ ପାଇଁ ଯାଜପୁରରୋଡ଼କୁ (ଓଆର.୦୪ଏଫ୍‌-୭୧୦୧) ୟମାହା ଫର୍ଜ ବାଇକ୍‌ରେ ଆସୁଥିଲେ। ନେଳିବାରି ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟର ପଛରେ ପିଟି ହୋଇଯାଇ ଶୁଭ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁରରୋଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଶୁଭଙ୍କୁ ମୃ୍ତ ଘୋଷଣା କରିଥିଲେ। ଯାଜପୁରରୋଡ଼ ପୁଲିସ୍‌ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧିତ ଖବର