ବାଇକକୁ ପିଟିଲା ଟ୍ରକ୍ : ଭଣଜା ମୃତ, ମାମୁ ଗୁରୁତର

ଯାଜପୁରସଦର: ଯାଜପୁର ସଦର ଥାନା ବରୀ-ବରୁଆଁ ରାସ୍ତାର କେତଟିକିଆ ନିକଟରେ ଆଜି ଅପରାହ୍ଣ ସାଢ଼େ ୪ଟା ବେଳେ ବାଇକକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାକୁ ଘଟଣାସ୍ଥଳରେ ଭଣଜାର ମୃତ୍ୟୁ ଘଟିଥିବା ବେଳେ ମାମୁ ଗୁରୁତର ଆହତ ହୋଇଛନ୍ତି। ଆହତ ମାମୁଙ୍କୁ ଚିକିତ୍ସା ପାଇଁ ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ କୋରେଇ ଥାନା ଭୁ‌ଷୁଙ୍ଗା ଗ୍ରାମର ବିକ୍ରମ କେଶରୀ ଜେନା (୩୦)ନିଜର ଭଣଜା ଯୋକଡିଆ ଅଞ୍ଚଳର ରାଜେନ୍ଦ୍ର ବିଶ୍ବାଳ(୧୯)ଙ୍କୁ ବାଇକରେ ବସାଇ ଯାଜପୁରରୋଡରୁ ବରୀକୁ ଯାଉଥିଲେ। କେତଟିକିଆ ଠାରେ ଏକ ୧୦ ଚକିଆ ଟ୍ରକ୍ (ଓଆର-୦୪ଏଲ୍-୭୦୬୧) ବାଇକକୁ ପଛ ପଟୁ ଧକ୍କା ଦେଇଥିଲା। ପଛରେ ବସିଥିବା ରାଜେନ୍ଦ୍ର ଗାଡି ଆଗକୁ ଛିଟିକି ପଡିଥିଲେ। ରାଜେନ୍ଦ୍ର ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ତେବେ ସଂଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମରଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ଆହତ ମାମୁ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଉଭୟ ମୋବାଇଲ ବ୍ୟବସାୟ କରୁଥିବା ବେଳେ ବରୀ ଅଞ୍ଚଳରେ ବାକି ପଡ଼ିଥିବା କିଛି ଟଙ୍କା ଆଦାୟ କରିବାକୁ ବରୀ ଯାଉଥିଲେ।

ସମ୍ବନ୍ଧିତ ଖବର