ଆଜିଠୁ ଖୋଲିଲା ମାଆ ବିରଜାଙ୍କ ମନ୍ଦିର, ସକାଳ ୬ଟାରୁ ସଂଧ୍ୟା ୫ ମଧ୍ୟରେ କରିପାରିବେ ଦର୍ଶନ

ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର। ସକାଳ ୫ .୩୦ରେ ମଙ୍ଗଳ ଆଳତି ପରେ ସକାଳ ୬ଟାରୁ ଆରମ୍ଭ ହୋଇଥିଲା ସାଧାରଣ ଭକ୍ତଙ୍କ ଦର୍ଶନ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସିଂହଦ୍ବାରରେ ପ୍ରବେଶ କରିବା ପରେ ଏସ୍‌ଓପି ଅନୁସାରେ ପ୍ରଥମେ ଥର୍ମାଲ ସ୍କ୍ରିନିଙ୍ଗ ସହ ହାତ ସାନିଟାଇଜ କରିବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ମାସ୍କ ପରିଧାନ ବାଧ୍ୟତାମୂଳକ‌ ହୋଇଥିବା ବେଳେ ୬ ବର୍ଷରୁ କମ ବୟସ ଶିଶୁ ଏବଂ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିମାନଙ୍କୁ ଆସିବାକୁ ବାରଣ କରିଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଧାଡ଼ି ବ୍ୟବସ୍ଥା କରାଯାଇଛି ।

ଧାଡିରେ ଯିବା ସମୟରେ ୬ ଫୁଟ୍‌ ଦୂରତା ବଜାଇ ରଖିବା ସହ ଚଣ୍ଡୀ ମଣ୍ଡପରୁ ମାନକ ଦର୍ଶନ ପାଇଁ  ବ୍ୟବସ୍ଥା ରହିଛି। ଏହାପରେ ଉତ୍ତର ଦ୍ଵାର ମଧ୍ୟ ଦେଇ ମନ୍ଦିର ମଧ୍ୟରୁ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଆଜି ସକାଳୁ ଅନେକ ଶ୍ରଦ୍ଧାଳୁ ଦୀର୍ଘ ୯ ମାସର ବ୍ୟବଧାନ ପରେ ଭାବବିହ୍ଵଳ ଦର୍ଶନ ପାଇଁ ଧାଇଁ ଆସିଥିଲେ। ତେବେ ଆଜି ସକାଳୁ ସାଧୁସନ୍ଥମାନଙ୍କୁ ଦର୍ଶନ କରିବାର ଦେଖିବାକୁ ମିଳିଥିଲା । ଆଜିଠୁ ଆରମ୍ଭ ହୋଇଥିବା ଦର୍ଶନ କେବଳ ଜାନୁଆରି ୧ରୁ ୩ ତାରିଖ ଯାଏଁ ବନ୍ଦ ରହିଥିବା ବେଳେ ପୁନର୍ବାର ଜାନୁଆରୀ ୪ ତାରିଖରୁ ଖୋଲି ଦିଆଯିବ। ତେବେ ଆଜିଠୁ ଶ୍ରଦ୍ଧାଳୁଙ୍କ ମନରେ ମାଆଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଖୁସି ଦେଖବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର