ରଗଡି/କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ତଳଗଡ ପଞ୍ଚାୟତ ଉପୁଳାଇ ରାସ୍ତା ର ଏକ ବରଗଛ ତଳେ ଜଣେ ଯୁବତୀ ପୂର୍ଣ୍ଣିମା ଯେନା(୧୮) ଏକ ମୃତ ଶିଶୁପତ୍ରଙ୍କୁ ଜନ୍ମ ଦେଇଛନ୍ତି। ପରେ ଅସୁସ୍ଥ ପୂର୍ଣ୍ଣିମାଙ୍କୁ ଗୁରୁତର ଅବସ୍ଥାରେ କୋରେଇ ପୁଲିସ୍ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଯାଜପୁରରୋଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାଟି ସ୍ଥାନୀୟ ଅଂଚଳରେ ଆଲୋଡନ ଖେଳାଇ ଦେଇଛି। ଯାଜପୁର ଭଳି ପ୍ରଗତିଶୀଳ ଓ ସଚେତନଶୀଳ ଜିଲ୍ଲାରେ ଗଛ ମୂଳରେ ଜଣେ ଯୁବତୀ ପ୍ରସବ କରିବା ଘଟଣାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି।
ପ୍ରକାଶ ଥାଉକି ତଳଗଡ ପଞ୍ଚାୟତ ଉପୁଳାଇ ଗ୍ରାମର ରେଣୁକା ଯେନାଙ୍କ ଝିଅ ପୂର୍ଣ୍ଣିମା ଯେନା ପାଣିକୋଇଲିର ଭରତ ଯେନାଙ୍କୁ ୨ବର୍ଷ ତଳେ ବିବାହ କରିଥିଲେ। ଭରତଙ୍କର ଏଥି ମଧ୍ୟରେ ମୃତ୍ୟୁ ହୋଇଯାଇଛି। ବାପା ଅକ୍ଷୟ ଓ ମା ରେଣୁକାଙ୍କ ମଧ୍ୟରେ ଝଗଡା ହୋଇଥିବାର ଖବର ପାଇ ଉପୁଳାଇ ବାପ ଘର ଘରକୁ ପୂର୍ଣ୍ଣିମା ଗତକାଲି ଆସିଥିଲା। ଆଜି ସକାଳେ ପୂର୍ଣ୍ଣିମା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଖାନା ଯାଉଥିବା ବାଟରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ରାସ୍ତାର ଗଛ ମୂଳରେ ହିଁ ପୂର୍ଣ୍ଣିମା ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା। ଏହି ଖବର ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାରୁ ସଙ୍ଗେ ସଙ୍ଗେ ଆମ୍ଭୁଲାନସ ରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୂର୍ଣ୍ଣିମାଙ୍କୁ ପଠାଇଥିଲେ। ପୂର୍ଣ୍ଣିମା ଏବେ ଚିକିତ୍ସାଧୀନ ଅଛି।
ଗଛ ମୂଳେ ପ୍ରସବ : ଶିଶୁ ମୃତ, ମା’ ଡାକ୍ତରଖାନାରେ
ମମତା ଯୋଜନା ଫେଲ
/sambad/media/post_attachments/wp-content/uploads/2019/06/keo8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)