ବିଂଝାରପୁର: ଗତ ସାଧାରଣ ନିର୍ବାଚନରେ ବିଜେଡି ଦଳ ବୁଥ୍‌ ଜବରଦଖଲ କରି ଜିତିଛି ବୋଲି ବିଂଝାରପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବବିତା ମଲିକ ଅଭିଯୋଗ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରିଣୀ ଶ୍ରୀମତୀ ମଲିକ କହିଛନ୍ତି ଯେ ବିଂଝାରପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ପରିବର୍ତ୍ତନ ପାଇଁ ଭାଜପାକୁ ଅକୁଣ୍ଠ ସମର୍ଥନ ଦେଇଛନ୍ତି। କିନ୍ତୁ ପ୍ରତି ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସୟଦପୁର ପଞ୍ଚାୟତର ବୁଥ୍‌ ନମ୍ବର ୭୦, ୭୧, ୭୨, ୭୩, ୭୪, ୭୫, ୭୬ ଓ ମାଁସଡ଼ା ପଞ୍ଚାୟତର ବୁଥ୍‌ ନମ୍ବର ୮୬, ୯୨ ଏବଂ ବିତନା ପଞ୍ଚାୟତର ବୁଥ୍ ନମ୍ବର ୧୧୧ ଓ ଚଷାଖଣ୍ଡ ପଞ୍ଚାୟତର ବୁଥ୍ ନମ୍ବର ୨୨୦ କୁ ବିଜେଡି କର୍ମୀମାନେ ଜବରଦଖଲ କରି ଜନମତକୁ ହତ୍ୟା କରିଛନ୍ତି ବୋଲି ଅଭିଯ‌ୋଗ କରିଛନ୍ତି। ଜବରଦଖଲ ହୋଇଥିବା ବୁଥ୍ ଗୁଡ଼ିକ ମଧ୍ୟରୁ ଦୁଇଟି ବୁଥ୍‌ରେ ଭାଜପାର ଖଣ୍ଡେ ବି ଭୋଟ୍‌ ନପଡ଼ିବା ଓ ଗଣତି ସମୟରେ ଇଭିଏମ ସହିତ ୧୭-ସି ରେଜିଷ୍ଟର ନବାହାରିବା ସନ୍ଦେହ ଘେରକୁ ଆସିଛି।

Advertisment

ପ୍ରତି ନିର୍ବାଚନରେ ପ୍ରମିଳା ମଲିକ ମିଥ୍ୟା ସତ୍ୟପାଠ ଦାଖଲ କରିବା ଓ ବୁଥ୍ କବ୍‌ଜା କରି ଜନମତକୁ ପ୍ରଭାବିତ କରିବା ଅଭିଯୋଗ କରି ବବିତା ମଲିକ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ ମାନ୍ୟବର ଉଚ୍ଚନ୍ୟାୟାଳୟରେ ୩୧୪୩୪/୨୦୨୪ରେ ମାମଲା ରୁଜୁ ହୋଇଛି।