ଯାଜପୁରସଦର : ଲୋକଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଠାରୁ ଦରମା ମିଳୁଥିଲେ ମଧ୍ୟ ଅଧିକ ଅର୍ଥ ଲୋଭରେ ଲାଞ୍ଚ ନେଇ ଯାଜପୁର ବ୍ଲକ୍ ପଞ୍ଚାୟତ ଅଧିକାରୀ ଭିଜିଲାନସ ଦ୍ଵାରା ଗିରଫ ହୋଇଛନ୍ତି।
ସୂଚନା ଅନୁସାରେ ଯାଜପୁର ବ୍ଲକ୍ ଅଧୀନ ରୁଦ୍ରପୁର ପଞ୍ଚାୟତର ବଳରାମ ସାହୁଙ୍କ ବିବାହ ପଞ୍ଜୀକରଣ କାର୍ଡ ଇସ୍ୟୁ କରିବା ପାଇଁ ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାତ୍ର ଲାଞ୍ଚ ମାଗିଥିଲେ। ପୂର୍ବରୁ ସେ ୫ ଶହ ଟଙ୍କା ନେଇଥିବା ବେଳେ ଆଜି ଅବଶିଷ୍ଟ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନସ ଅଧିକାରୀ ତାଙ୍କୁ ବ୍ଲକ୍ ପରିସରରୁ କାବୁ କରିଥିଲେ। ଭିଜିଲାନସ ଅଧିକାରୀ ତାଙ୍କ ନିକଟସ୍ଥ ବାସଭବନରେ ମଧ୍ୟ ଚଢ଼ଉ କରିଥିଲେ ସେଠାରୁ କିଛି ପାଇନଥିବା ଜଣାଯାଇଛି।
ଏହି ଚଢ଼ଉରେ ଯାଜପୁର ଭିଜିଲାନସ ଭାରପ୍ରାପ୍ତ ଡିଏସପି ଅନସୂୟା ସେନାପତିଙ୍କ ନେତୃତ୍ଵରେ ଜଗତସିଂହପୁର ଡିଏସପି ଉମେଶ କୁମାର ପଣ୍ଡା, କଟକ ଇନିସପେକ୍ଟର ସୁଶାନ୍ତ କୁମାର ମିଶ୍ର, ଅନୁପମା ସାହୁ, କର୍ମଚାରୀ ପ୍ରଳୟ କୁମାର, ବିଷ୍ଣୁ ସାମଲ ପ୍ରମୁଖ ସହଯୋଗ କରିଥିଲେ। ଯାଜପୁର ଭିଜିଲାନସ ପକ୍ଷରୁ କେସ ନଂ ୫୧/୧୭ରେ ମାମଲା ରୁଜୁ ହୋଇ ଶ୍ରୀ ପାତ୍ରଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jajpursadar-vigilance-dyara-giraf.jpg-f.jpg)