ଭୁଶୁଡ଼ିଲା ପୋଲ

କଣ୍ଟିଗଡ଼ିଆ : ଧର୍ମଶାଳା ବ୍ଲକ୍‌ର ଜେମାଦେଇପୁର-ପଟୁଣିଆ ରାସ୍ତାରେ ନିର୍ମିତ ଆଦ୍ୟାନାଳ ପୋଲ ଭୁଶୁଡ଼ି ପଡ଼ିଛି। ମାତ୍ର ଦୁଇ ବର୍ଷ ପୂର୍ବରୁ ନିର୍ମିତ ଏହି ପୋଲ କିଛି ଦିନ ତଳେ ଭାଙ୍ଗିଯିବାରୁ ଲୋକମାନେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଜେମାଦେଇପୁର, ଢିହନରସିଂହପୁର, ନଛିପୁର, ନରସିଂହପୁର ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ, ପଟୁଣିଆ ଗାଁ, ହାଇସ୍କୁଲ୍‌ ଓ ବଜାରକୁ ଯାଇ ପାରୁନାହାଁନ୍ତି। ଏହି ରାସ୍ତା ଓ ପୋଲ ନିର୍ମାଣ ବେଳେ ସୂଚନା ଫଳକ ଲଗାଯାଇନାହିଁ। ସରକାରୀ ଅର୍ଥ ହରିଲୁଟ ପାଇଁ ଲୋକଙ୍କୁ ଅନ୍ଧାରରେ ରଖିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ହେଉଛି। ଏହି କାର୍ଯ୍ୟର ବିଲ ପ୍ରଦାନ କରିଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଧର୍ମଶାଳା ବ୍ଲକ୍‌ରେ ଏଭଳି ବହୁ ରାସ୍ତା, ପୋଲ ନିର୍ମାଣ ହେବାର ମାସ କେଇଟାରେ ଭାଙ୍ଗିଯାଇଛି। କେତେକ ସ୍ଥାନରେ ଗୋଟିଏ ରାସ୍ତାରେ ଦୁଇଦୁଇଟି ଯୋଜନାରୁ କାମ କରାଯାଇ ଗୋଟିଏ ଯୋଜନାର ଅର୍ଥ ସମ୍ପୂର୍ଣ୍ଣ ହଡ଼ପ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି।

ସମ୍ବନ୍ଧିତ ଖବର