ଭାଉଜଙ୍କୁ ଆକ୍ରମଣ ଘଟଣା:ଦିଅର କୋର୍ଟଚାଲାଣ

କୋରେଇ: ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତ ସୋଲପଟା ଗ୍ରାମରେ ଭାଉଜଙ୍କୁ ଆକ୍ରମଣ ଅଭିଯୋଗରେ ଦିଅର ଶୁକଦେବ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି। ଜମିବାଡ଼ି ବିବାଦରୁ ଗ୍ରାମର ଭାଗରିଥୀ ସାହୁଙ୍କ ପତ୍ନୀ ସୁମାଙ୍କୁ ଶୁକଦେବ ମାର୍‌ପିଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ଏକ ମାମଲା (କେସ୍‌ ନଂ-୫୬/୧୮) ରୁଜୁ କରାଯାଇ ଆଜି ଅଭିଯୁକ୍ତ ଶୁକଦେବଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର