ଧର୍ମଶାଳା: ଯାଜପୁର ଜିଲ୍ଳାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ସୁନାରି ଗାଁ ନିକଟସ୍ଥ କିଆ ବୁଦାରୁ ଆଜି ସକାଳୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମହିଳା ଜଣକ ସେହି ଗାଁର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବିବାହିତା ଝିଅ ଗୀତାଞ୍ଜଳି ଦାଶ(୩୯) । ମହିଳା ଜଣକ ବେତଣ୍ଡା ଗାଁରେ ବିବାହ କରିଥିଲେ। ପାରିବାରିକ ବିବାଦରୁ ଗତ ୩ ବର୍ଷ ହେଲା ସେ ଆସି ବାପଘରେ ରହୁଥିଲେ । ସେ ଗତ ୧୨ ତାରିଖ ରାତିରୁ ନିଖୋଜ ଥିଲେ । ଆଜି ସକାଳେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
ଧର୍ମଶାଳା: କିଆ ବୁଦାରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ଗତ ୧୨ ତାରିଖରୁ ଥିଲେ ନିଖୋଜ
/sambad/media/post_attachments/wp-content/uploads/2022/07/15b224f5-a281-4784-92f4-deabe94fe762.jpg)