ଯାଜପୁର: ବରାଯାତ୍ରୀ ବସ୍‌ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣ ଲୋକ ଆହତ ହୋଇଛନ୍ତି। ଜାତୀୟ ରାଜପଥ ୫୩ ନମ୍ବରରେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଂଚଳରେ ଏକ ଟ୍ରକକୁ ବସ ଧକ୍କା ଦେଇଥିଲା। ବରଯାତ୍ରୀ ବସ୍‌ ଛତିଆରୁ ବାହାରି ସୁକିନ୍ଦା ଯାଉଥିଲା। ଆହତମାନଙ୍କୁ ବଡ଼ଚଣା ଓ ସୁକିନ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଅନୁଗୁଳରେ ବସ୍‌-ଟ୍ରକ୍‌ ମୁହାଁମୁହିଁ

Advertisment

publive-image

ଜରପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ନମ୍ବରରେ ଆଜି ଅପରାହ୍ନରେ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଘରୋଇ ବସ୍‌ ‘ଗରୁଡ’ ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ କତଡା ନିକଟରେ ଟ୍ରକ୍‌ ସହିତ ମୁହାଁମୁହିଁ ହୋଇଥିଲା।