ବଡ଼ଚଣା: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର । ଯାଜପୁର ବଡଚଣା ଥାନା ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ କାର ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ କାରଟି ଜଳିଯିବା ସହ ଟ୍ରକ ମଧ୍ୟ ଅଧା ପୋଡିଯାଇଛି । ତେବେ ଗାଡିରେ ଥିବା ଦୁଇ ଜଣ ବ୍ୟକ୍ତି ଓ ଗୋଟିଏ ପୋଷାକୁକୁର ସୁରକ୍ଷିତ ଭାବେ କାରରୁ ବାହାରିଯାଇଛନ୍ତି ।
/sambad/media/post_attachments/wp-content/uploads/2019/08/Screen-Shot-2019-08-28-at-1.32.25-PM-300x154.png)
ମିଳିଥିବା ସୂଚନା ମୁତାବକ ବଡ଼ଚଣା ପୁଲିସ ଥାନା ପାଖ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟିଏ ପଛପଟୁ ଧକ୍କା ଦେଇଥିଲା | କାରଟି କଟକରୁ ଭଦ୍ରକ ଯାଉଥିବାବେଳେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା | କାରରେ ଦୁଇଜଣ ବ୍ୟକ୍ତି ଯାଉଥିବାବେଳେ ତାଙ୍କର ପୋଷା କୁକୁର ମଧ୍ୟ ଥିଲା |
/sambad/media/post_attachments/wp-content/uploads/2019/08/Screen-Shot-2019-08-28-at-1.32.34-PM-300x156.png)
ଗାଡ଼ିରେ ନିଆଁ ଲାଗିବା ଦେଖି ଦୁଇଜଣ ବ୍ୟକ୍ତି କାରରୁ ବାହାରି ଆସିଥିଲେ | ତେବେ ସୌଭାଗ୍ୟବଶତଃ କାହାର ଜୀବନ ହାନି ହୋଇନାହିଁ | ତେବେ ଦୁର୍ଘଟଣାଗ୍ରସ୍ତ କାରଟି କାହାର ପୁଲିସ ତାହାର ତଦନ୍ତ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Screen-Shot-2019-08-28-at-1.32.14-PM.png)