ଚିପ୍ପ ବୋଝେଇ ଟ୍ରାକ୍ଟର ଓଲଟିଲା; ଚାପିହୋଇ ଡ୍ରାଇଭର ଓ ଶ୍ରମିକ ମୃତ

ଆନନ୍ଦପୁର: ଆନନ୍ଦପୁର ସୀମାର ଗୋଡ଼ଭଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାପିହୋଇ ଡ୍ରାଇଭର ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ଆନନ୍ଦପୁର ଥାନା କୋଡ଼ପଡା ଗ୍ରାମର ବିଜୟ ମହାରଣାଙ୍କ ପୁଅ କାର୍ତ୍ତିକ ମହାରଣା(୨୨) ଓ ଶ୍ରମିକ ବନ୍ତ ଥାନା ଦେବତାଗଡ଼ିଆ ଗ୍ରାମର ମକରଧ୍ବଜ ମହାରଣାଙ୍କ ପୁଅ ପ୍ରଦୀପ ମହାରଣା(୧୮)। ଆଜି ଦିନ ସାଢ଼େ ୧୨ଟାରେ ଟ୍ରାକ୍ଟରରେ ଚିପ୍ପ ବୋଝେଇ କରି ଯାଉଥିଲେ। ଗୋଡ଼ଭଙ୍ଗା ଗ୍ରାମ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଭୟ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହଙ୍କ ନେତୃତ୍ବରେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହୁଲଡିହା ଥାନା ପୁଲିସ୍‌ ଏକ ମାମଲା ରୁଜୁକରି ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର