ଯାଜପୁର : ବଡ଼ଚଣା ବିଧାୟକ ଅମର ଶତପଥୀଙ୍କର ଟିଟୋ ଲିଙ୍କ୍କୁ ନେଇ କଂଗ୍ରେସ ତୃଣମୂଳରେ ଆନ୍ଦୋଳନ କରିବା ଆରମ୍ଭ କରିଛି। ଜିଲ୍ଲା ପରିଷଦ ଜୋନ୍-୨୦ ଅନ୍ତର୍ଗତ ବାଲିକୁଦା ଛକଠାରେ ଆଜି ଅପରାହ୍ଣ ୪ ଟା ବେଳେ କଂଗ୍ରେସ ସେବା ଦଳ ତରଫରୁ ବିଭିନ୍ନ ଦୁର୍ନୀତି ଓ ଟିଟୋ ଲିଙ୍କ ଅଭିଯୋଗରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶ୍ରୀକାନ୍ତ ମଲିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଯୋଗ ଦେଇ ଶ୍ରୀ ଶତପଥୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରଦୀପ୍ତ ମହାପାତ୍ର, ଜୋନ କଂଗ୍ରେସ ସଭାପତି ଗଗନ ବିହାରୀ ପରିଡ଼ା, ପ୍ରଦୀପ୍ତ ସ୍ୱାଇଁ, ଅନନ୍ତକୁମାର ପରିଡ଼ା, ବିଚିତ୍ରା ନନ୍ଦ ଖଣ୍ଡେଇ, ବଳରାମ ମହାପାତ୍ର, ବିଜୟ ବାରିକ୍, ମନୋଜକୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ପୂର୍ବରୁ ଚଣ୍ଡିଖୋଲ ଠାରେ ଶ୍ରୀ ଶତପଥୀଙ୍କ ବିରୋଧରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଥିଲା। ଏପରିକି ବାଲିଚନ୍ଦ୍ରପୁର ଠାରେ ମଧ୍ୟ କେତେକ କଂଗ୍ରେସ ସମର୍ଥକ କୁଶପୁତ୍ତଳିକା ଦାହ କରିଥିଲେ।
ବଡ଼ଚଣା ବିଧାୟକଙ୍କ କୁଶପୁତ୍ତଳିକା ଦାହ
/sambad/media/post_attachments/wp-content/uploads/2018/09/Jajpur-photo-1c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)