କରୋନା କାହାଣୀ: କମ୍ପାନି ଚାକିରିରୁ ବୁଲାବିକାଳି

ଡେରାବିଶ: କରୋନା ପୂର୍ବରୁ ବାଙ୍ଗାଲୋର ସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ଡେରାବିଶ ବ୍ଲକ ନରସିଂହପୁର ପଂଚାୟତ ନରସିଂହପୁର ଗ୍ରାମର ପଙ୍କଜ କୁମାର ଜେନା(୩୨)। କରୋନା ତାଙ୍କ ଚାକିରି ନେଇଗଲା। କମ୍ପାନି ବନ୍ଦ ହୋଇଗଲା। ସେଠି ଖାଇବାକୁ ପାଇଲେନି। ହନ୍ତସନ୍ତ ହୋଇ ପଡ଼ି ରହିଲେ। ଗଲା ଜୁନ୍‌ରେ ଗାଁକୁ ଫେରି ଆସିଲେ। ୩ ମାସ ଧରି ଘରେ ବସି ରହିଲେ। ବୃଦ୍ଧ ବାପା, ମା’, ପୁତ୍ର, ପତ୍ନୀଙ୍କୁ କେମିତି ଚଳାଇବେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଲେ। ୯ ବର୍ଷର ଚାକିରି ଛାଡ଼ି ହତାଶ‌ ହୋଇ ପଡ଼ିଲେ ସେ।

ଯାହା କିଛି ଅର୍ଥ ସଂଚିଥିଲେ ସେଇଥିଲେ କିଛି ବ୍ୟବସାୟ କରିବାକୁ ଚିନ୍ତା କଲେ। କିଛି ଉପାୟ ନ ପାଇ ଶେଷକୁ ଗାଁଗାଁ ବୁଲି ଇମିଟେସନ୍‌ ସାମଗ୍ରୀ ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। ସାଇକଲ୍‌ ଖଣ୍ଡେ ଧରି ସେ ଏ ଗାଁରୁ ସେ ଗାଁ ବୁଲି ସାମଗ୍ରି ବିକ୍ରି କରୁଛନ୍ତି। ଏଥିରୁ ଯେଉଁ ଦି’ ପଇସା ମିଳୁଛି ସେଥିରେ ଦୁଃଖେକଷ୍ଟେ ପରିବାର ଚଳି ଯାଉଛି ବୋଲି କହିଛନ୍ତି ସେ। ପେଟ ପୋ‌ଷିବା ଲାଗି କୌଣସି କାର୍ଯ୍ୟ ଛୋଟ ନୁହେଁ ବୋଲି କହିଛନ୍ତି ପଙ୍କଜ।

ସମ୍ବନ୍ଧିତ ଖବର