ପାରିବାରିକ କଳହରୁ ଦମ୍ପତିଙ୍କ ଆତ୍ମହତ୍ୟା!

ଯାଜପୁର: ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତି ଆତ୍ମହତ୍ୟା କରିଥିଵା ଜଣାଯାଇଛି। ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା କରିଛନ୍ତି।

କେଶବ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ କଣ କୀଟାନାଶକ ଖାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପ‍ାଇ ପାଣିକୋଇଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କଳହର ପ୍ରକୃତ କାରଣ ଜଣାପଡ଼ି ନାହି।

ସମ୍ବନ୍ଧିତ ଖବର