ଯାଜପୁର : ୫ ଦିନ ହେଲା ମେଡିସିନ ୱାର୍ଡରେ କରୋନା ରୋଗୀ !

ଯାଜପୁର : କରୋନା ଲକ୍ଷଣ ଥିବା ସତ୍ତ୍ବେ ପରୀକ୍ଷା ନକରି ୫ ଦିନ ଧରି ଜଣେ ରୋଗୀଙ୍କୁ ମେଡିସିନ ବିଭାଗରେ ଚିକିତ୍ସା କରିବାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକଟ କରିଛନ୍ତି । ପରେ ତାଙ୍କର କରୋନା ପଜିଟିଭ ବାହାରିବା ପରେ ମେଡିସିନ ବିଭାଗର ଅନ୍ୟ ରୋଗୀ ସଂକ୍ରମିତ ହେବା ନେଇ ଆଶଙ୍କା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ୍ ରସୁଲପୁର ପଞ୍ଚାୟତ ଚଣ୍ଡିପୁର ଗ୍ରାମର ଗୋପୀନାଥ ପରିଡା(୫୨) ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ତେବେ ଗତ ୫ ଦିନ ତଳେ ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତାଙ୍କ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଏଠାରେ ଛାତି ଯନ୍ତ୍ରଣାକୁ ଗୁରୁତ୍ବ ଦିଆନଯାଇ ମଧୁମେହ ପାଇଁ ମେଡିସିନ ବିଭାଗରେ ଚିକିତ୍ସା କରାଗଲା। ତେବେ ଗତକାଲି ଛାତି ଯନ୍ତ୍ରଣା ଅଧିକ ହେବାକୁ ସ୍ବାବ ନିଆଯାଇ କରୋନା ପରୀକ୍ଷଣ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିଥିବା ପରିବାର ଲୋକଙ୍କୁ ଫୋନରେ ଜଣାଯାଇଥିଲା। ତେବେ ଏହି ରିପୋର୍ଟ ପାଇବାକୁ ତାଙ୍କ ସଂର୍ପକୀୟ ସିଡିଏମଓ ଅଫିସରେ ଆଜି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଛିଡା ହୋଇଥିଲେ ମଧ୍ୟ ରିପୋର୍ଟ ପାଇନଥିବା କ୍ଷୋଭରେ ସହ ପ୍ରକାଶ କରିଥିଲେ। ତେବେ ଯେଉଁ ରୋଗୀ ୫ ଦିନ ହେଲା କରୋନା ଲକ୍ଷଣରେ ଥାଇ ସାଧାରଣ ମେଡିସିନ ବିଭାଗରେ ଚିକିତ୍ସିତ ହେଉଥିଲେ ସେଠାରେ କିପରି ରୋଗ ସଂକ୍ରମିତ ଅନ୍ୟ ରୋଗୀଙ୍କୁ ସଂକ୍ରମିତ ହୋଇଥିବ ତାହା ସ୍ପଷ୍ଟ ଅନୁମାନ କରି ହେଉଛି। ତେଣୁ ଏପରି ସ୍ଥଳେ ଆରମ୍ଭରୁ କରୋନା ପରୀକ୍ଷା କରିବାର ଆବଶ୍ୟକତା ଥିବା ପରିବାର ଲୋକ ପ୍ରଶ୍ନ କରିଛନ୍ତି। ତେବେ ଏହି ଉଭୟ ଅଭିଯୋଗ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅନୁପ କୁମାର ନାଥଶର୍ମାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ସହ ଯୋଗାଯୋଗ ହୋଇପାରିନଥିଲା।

ସମ୍ବନ୍ଧିତ ଖବର