ପାଣିକୋଇଲି : ପାଣିକୋଇଲି ପୁଲିସ ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଚାଲାଣ କରୁଥିବା ଦୁଇଟି ପିକଅପ୍ ଭ୍ୟାନକୁ ଧରିବା ସହିତ ଗାଡ଼ିରେ ବୋଝେଇ ହୋଇଥିବା ୩୦ଟି ଗୋରୁଙ୍କୁ ଉଦ୍ଧାର କରିଛି। ୨ଭ୍ୟାନର ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ ରବିବାର ରାତିରେ ସୁକିନ୍ଦା ହରିପୁର ହାଟରୁ ୨ଟି ପିକଅପ୍ ଭ୍ୟାନ୍(ଓଡି-୦୧ଏମ-୫୯୭୪ ଏବଂ ଓଡି-୨୨-୬୫୪୭)ରେ ବେଆଇନ ଭାବେ ଗୋଚାଲାଣ ହେଉଥିଲା। ପାଣିକୋଇଲି ଥାନାଧିକାରୀ ଚକ୍ରପତି କହଁରଙ୍କ ନିର୍ଦେଶରେ ପୁଲିସ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ନିକଟରେ ଜଗି ରହିଥିଲେ। ଗାଡ଼ି ଦୁଇଟି ପହଞ୍ଚିବା ପରେ ପୁଲିସ ଏହାକୁ ଜବତ କରିଥିଲା। ବାଲେଶ୍ବର ଯାଉଥିବା ଏହି ଗାଡ଼ି ଦୁଇଟିରେ ୧୫ଟି ଲେଖାଏଁ ଗୋରୁ ଅତି ଦୟନୀୟ ଅବସ୍ଥାରେ ବୋଝେଇ କରାଯାଇଥିଲା। ଗୋରୁ ସହ ପିକଅପ୍ ଭ୍ୟାନ ୨ଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଥିବା ବେଳେ ୨ ଚାଳକଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ଉଜୁଲା ଗ୍ରାମର ବିକ୍ରାନ୍ତ ବାରିକଙ୍କ ପୁଅ ଅନିଲ (୨୪) ଓ ଭଦ୍ରକ ଜିଲ୍ଲା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ପୁରୁଣା ବଜାରର ସେକ ଲକମନଙ୍କ ପୁଅ ସେକ ରାଜୁ (୩୫)। ଥାନା କେସ୍ ନମ୍ବର ୨୮୪/୨୦ରେ ମାମଲା ରୁଜୁ କରାଯାଇ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୋରୁ ଗୁଡ଼ିକ ସୁକିନ୍ଦା ହାଟରୁ ଭାୟା ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତେ। ଉଦ୍ଧାର ଗୋରୁଙ୍କୁ ପୁଲିସ ଜଣେ ବ୍ୟକ୍ତିଙ୍କ ହେପାଜତରେ ରଖିଛି।
ଯାଜପୁର : ଗୋରୁ ବୋଝେଇ ୨ ପିକଅପ୍ ଭ୍ୟାନ ଜବତ, ୨ ଚାଳକ କୋର୍ଟ ଚାଲାଣ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-30-at-22.15.08.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)