ଯାଜପୁର ଟାଉନ୍/ଦଶରଥପୁର : ବହୁଚର୍ଚ୍ଚିତ ଦଶରଥପୁର ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ଯୁବନେତା ଚନ୍ଦ୍ରକାନ୍ତ ମହାପାତ୍ର ଓରଫ ଚାନ୍ଦଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ କେନ୍ଦୁଝରରୁ ଗିରଫ କରିଛି । ଗିରଫ ପରେ ଚାନ୍ଦଙ୍କୁ ଡାକ୍ତରୀ ମାଇନା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ପରୀକ୍ଷା କରାଯାଇଥିଲା ।
ଦଶରଥପୁରର ଜଣେ ଅସହାୟ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ଗତ ୧୧ ତାରିଖ ରାତି ୯ଟାରେ ବିଜୁ ପକ୍କା ଘର ଓ ୨ ଲକ୍ଷ ଭତ୍ତା ଦେବା ପ୍ରଲୋଭନ ଦେଖାଇ ଚାନ୍ଦ ଦୁଷ୍କର୍ମ କରିଥିଲେ। ଏନେଇ ଗତ ୧୫ ତାରିଖରେ ମଂଗଳପୁର ଥାନାରେ ପୀଡିତା ଜଣକ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଚାନ୍ଦ ଫେରାର ହୋଇଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାରୁ ଚାନ୍ଦକୁ ପାଣିକୋଇଲି ଥାନାଧିକାରୀ ଶରତ ପାତ୍ର ଓ ତାଙ୍କ ସହଯୋଗୀମାନେ ଗିରଫ କରିଥିଲେ ।
କେସ ନଂ ୬/୨୦୧୮ରେ ଦଫା ୩୪୨/୩୭୬/୨୯୪ ଆଇପିସିରେ ମାମଲା ରୁଜୁ କରାଯାଇ ଯାଜପୁର କୋର୍ଟଚାଲାଣ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Jajpur-Abhijukta-GiraphaDuskarma.jpg)