ରସୁଲପୁର: କୁଆଖିଆ ଥାନା ଶ୍ରୀବନ୍ତପୁର ଗ୍ରାମର ଯୁବକ ଜାନୁ ଖାଁ (୧୯)ଙ୍କ ମୃତଦେହ ଖରସ୍ରୋତା ନଦୀର ଦରକୁଣ୍ତିଠାରୁ ଉଦ୍ଧାର କରାଯାଇଛି। ସେ ଖରସ୍ରୋତା ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ।
୪ କିଲୋମିଟର ଦୂର ଦରକୁଣ୍ଡିଠାରେ ନଦୀରେ ଶବ ଭାସୁଥିବା ଦେଖିବା ପରେ ​ସ୍ଥାନୀୟ ଲୋକମାନେ ପୁଲିସକୁ ଜଣାଇଥିଲେ। କୁଆଖିଆ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହି ଘଟଣାରେ କୁଆଖିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/kuakhia-police-station.jpg)