ଯାଜପୁର: କାଳିଆପାଣି ଥାନା ଅନ୍ତର୍ଗତ କୁସୁମୁଡ଼ିଆ ଜଙ୍ଗଳରେ ମଙ୍ଗଳବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକର ଗିରି ନଙ୍ଘନାଲି ଗ୍ରାମର ବିନୋଦ ଦେହୁରୀ(୩୦)। ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଝୁଲନ୍ତା ଶବକୁ ଦେଖିଥିଲେ। ସେମାନେ ଗ୍ରାମକୁ ଫେରି ମୃତ ଯୁବକଙ୍କ ଝୁଲନ୍ତା ଶବ ବିଷୟରେ କଥା ହେବା ପରେ କିଛି ଲୋକ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତ ଦେହକୁ ଉଦ୍ଧାର କରି ଦାନଗଦି ହସ୍ପିଟାଲକୁ ପଠାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ପୁଲିସ କହିଛି।
ଯାଜପୁର: ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/10/jajpur1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)