ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପୁଣି ମାମୁ- ଭଣଜା ଲଢ଼େଇ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମାମୁ ଭଣଜାଙ୍କ ମଧ୍ୟରେ ହେଉଛି ବିଗ୍ ଫାଇଟ । ବିଜେଡିରୁ ଭଣଜା ପ୍ରଣବ ବଳବନ୍ତରାୟଙ୍କ ସହ ଲଢୁଛନ୍ତି ବିଜେପି ପ୍ରାର୍ଥୀ ତଥା ମାମୁ ରମେଶ ପରିଡା । ବିଜେଡି ନବୀନଙ୍କ ବିକାଶକୁ ପାଥେୟ କରି ଭୋଟ ମାଗୁଥିବା ବେଳେ ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଲୋକଙ୍କ ପାଖକୁ ଯାଉଛି ବିଜେପି । ସେପଟେ କଂଗ୍ରେସ ଦେଇଛି ନୂଆ ପ୍ରାର୍ଥୀ । ଆସନ୍ତୁ ଦେଖିବା କେମିତି ରହିଛି ଧର୍ମଶାଳା ଲଢେଇ ।

୨୦୧୪ରେ ନିର୍ବାଚନ ଜିତି ବିଧାୟକ ରହିସାରିଥିବା ପ୍ରଣବଙ୍କ ଭରସା ରହିଛି ନିଜର ସାଂଗଠିକ ଦକ୍ଷତା ଉପରେ । ନବୀନଙ୍କ ବିକାଶର ଧାରାକୁ ଲୋକଙ୍କ ପାଖରେ ପହଂଚାଇ ନିର୍ବାଚନୀ ବୈତରଣୀ ପାର କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଣବ ।ଭଣଜା ପ୍ରଣବଙ୍କୁ ଟକ୍କର ଦେଉଛନ୍ତି ତାଙ୍କ ମାମୁ ତଥା ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ା । ୨୦୦୯ ଏବଂ ୨୦୧୪ରେ ଲଢି ହାରିଥିବା ରମେଶ ଚଳିତ ଥର ପ୍ରଣବଙ୍କ ସହ ପୁଣି ଲଢେଇ କରିବାକୁ ଯାଉଛନ୍ତି । ପଂଚାୟତ ନିର୍ବାଚନ ଫଳାଫଳକୁ ଉତ୍ସାହିତ ଥିବା ବିଜେପି ମୋଦୀଙ୍କ ବିକାଶକୁ ଆଧାର କରି ଜିତିବେ ବୋଲି ଆଶା ରଖିଛନ୍ତି ।

ଅନ୍ୟପଟେ ଧର୍ମଶାଳାରେ କଂଗ୍ରେସ ଖେଳିଛି ମହିଳା କାର୍ଡ । ନୂଆ ମୁହଁ ଭାବେ ସ୍ମତିରେଖା ପହିଙ୍କୁ ପ୍ରାର୍ଥୀ କରିଛି ଦଳ । ପରିବର୍ତନକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ସ୍ମୃତିରେଖା । ତେବେ ବିଜେଡିର ଗଡ କୁହାଯାଉଥିବା ଧର୍ମଶାଳାରେ ଭୋଟରଙ୍କ ସମର୍ଥନ କୁଆଡେ ଯାଉଛି ଏବେ ତା ଉପରେ ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର