କୋରେଇ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ସାଂଘାତିକ ଠକେଇ ପଦାକୁ ଆସିଛି। ଅଚଳକୁ ସଚଳ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି। ଏଭଳି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଧନେଶ୍ୱର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ଗ୍ରାମର କାର୍ଗିଲ୍ ଛକରେ ୨୦୧୫ ମସିହାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବୋରିଂ କରାଯାଇଥିଲା। ବୋରିଂ ଖନନ ପରେ ଏହି ସ୍ଥାନରୁ ପାନୀୟ ଉପଯୋଗୀ ଜଳ ବାହାରି ନଥିଲା। ବୋରିଂ ଓ୍ଵାସ୍ ବେଳେ ଦୀର୍ଘ ସମୟ ଧରି ଗୋଳିଆ ପାଣି ବାହାରିବାରୁ ପାନୀୟ ଉପଯୋଗୀ ପାଣି ବାହାରିବ ନାହିଁ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଥିଲେ। ଏହାକୁ ଡ୍ୟାମେଜ୍ ବା ଅନୁପଯୋଗୀ ବୋଲି ଘୋଷଣା କରାଯାଇଥିଲା। ଆଜି ମୃତ୍ୟୁଞ୍ଜୟପୁର କାରଗିଲ୍ ଛକରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ପ୍ରକଳ୍ପକୁ ଚଳାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଆଉ ଏକ ନୂଆ ପ୍ରକଳ୍ପ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏହି ଅଚଳ ପ୍ରକଳ୍ପକୁ ଚଳାଇ ଦେଇ ଏଥି ପାଇଁ ଆସିଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଚଳୁ କରିବାକୁ ମସୁଧା କରାଯାଉଛି।
ଆଜି ବ୍ଲକ୍ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ-୧ ସୋମନାଥ ପାଣିଗ୍ରାହୀ ପୁରୁଣା ପ୍ରକଳ୍ପରେ କମ୍ପ୍ରେସର କାମ ଆରମ୍ଭ କରିବା ମାତ୍ରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏହା ପୁଣି କାର୍ଯ୍ୟକ୍ଷମ କରାଯାଉଥିବା ସଫେଇ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ କନିଷ୍ଠ ଯନ୍ତ୍ରୀ ଚେଷ୍ଟା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ଖରାର ପ୍ରକୋପ ବଢିବାକୁ ଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଏତାଦୃଶ ଚଞ୍ଚକତାକୁ ନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଗ୍ରାମାବାସୀ ଚେତାବନୀ ଦେଇଛନ୍ତି।
ଏ ନେଇ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ପ୍ରକଳ୍ପଟି ଦୁଇ ବର୍ଷ ତଳର ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ତାହା ଅଚଳ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ବୋଲି କହିଛନ୍ତି। ଚଳିତ ବର୍ଷ ଏହି ଗ୍ରାମରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପ କରାଯିବାକୁ ଥିବା ବେଳେ କେବଳ ଖନନ କାଯ୍ୟର୍କୁ ଛାଡି ପାଇପ୍ ଲାଇନ୍, ଘର ନିର୍ମାଣ ଏବଂ ଅନ୍ୟାନ୍ୟ କାଯ୍ୟର୍ ପାଇଁ ଟେଣ୍ଡର କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଖନନ କାଯ୍ୟର୍ ଅଲଗା ହୋଇଥିବାରୁ ଏହି ଅଚଳ ପ୍ରକଳ୍ପକୁ ସଚଳ କରି ସ୍ୱଚ୍ଛ ଜଳ ନିଷ୍କାସନ ପାଇଁ ପ୍ରଚେଷ୍ଟା କରାଯାଉଥିବା କହିଛନ୍ତି। ତେଣୁ ଏହି ସ୍ଥାନରେ ପାନୀୟ ଉପଯୋଗୀ ପାଣି ନବାହାରିଲେ ଅନ୍ୟତ୍ର ମଧ୍ୟ ଖନନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସଫେଇ ଦେଇଛନ୍ତି।
ଅଚଳକୁ ସଚଳ କରି ଚଳୁ!
ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ସାଂଘାତିକ ଘୋଟାଲା
/sambad/media/post_attachments/wp-content/uploads/2018/03/jaj-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)