ବ୍ୟାସନଗର: ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ଅନ୍ତର୍ଗତ ଜୋକଡିଆ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ନିଖୋଜ ହୋଇଥିବା ଦୁଇ ଭାଇଙ୍କ ଭିତରୁ ଆଜି ସକାଳେ ବଡ଼ଭାଇ ଶାଶ୍ବତ ରଂଜନ ସ୍ବାଇଁ (୨୪)ଙ୍କର ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ଏବେ ବି ନିଖୋଜ ସାନଭାଇ ଶାଶ୍ବତ ରଂଜନ ସ୍ବାଇଁ (୨୧)ଙ୍କୁ ଖୋଜୁଛି।
ସୂଚନା ଅନୁସାରେ ଯାଜପୁରରୋଡ ଥାନା ଅନ୍ତର୍ଗତ ଫେରୋକ୍ରମ୍ ଗେଟ୍ ନିକଟସ୍ଥ ଶିବାନନ୍ଦ ନଗର କଲୋନିର ଶେଖର ଚନ୍ଦ୍ର ସ୍ବାଇଁଙ୍କ ବଡ଼ପୁଅ ଶାଶ୍ବତ ଓ ସାନପୁଅ ସ୍ବସ୍ତିକ ଗତକାଲି ପୂର୍ବାହ୍ନଣ ୧୧ଟାରେ ବାଇକ୍ରେ ଜୋକଡିଆ ଖରେସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀକୂଳରେ ବାଇକ୍ ରଖି ଦେଇ ଦୁଇଭାଇ ଜୋକଡିଆ ଇନ୍ଦିରାଗାଡ଼ିଆ ଘାଟରେ ଗାଧୋଉଥିଲେ। ଘଟଣାସ୍ଥଳରେ ଏକ ଜଳଭଉରୀ ରହିଛି। କିନ୍ତୁ ଶ୍ବାଶ୍ବତ ଓ ସ୍ବସ୍ତିକ ଏହା ଜାଣି ପାରି ନଥିଲେ। ଫଳରେ ସେମାନେ ପାଣିରେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଯାଜପୁରରୋଡ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଠାରୁ ଖବର ପାଇଁ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା।
ସୂଚନାଯୋଗ୍ୟ, ବିଗତ ୩ ମାସ ମଧ୍ୟରେ ଏଭଳି ଅନେକ ଅଘଟଣ ଘଟି ସାରିଛି। ଗତ ୪ ତାରିଖ ଦିନ ଏହି ସ୍ଥାନରେ ମଧ୍ୟ ଅଘଟଣ ଘଟିଥିଲା। ଜଣେ ୧୮ ବର୍ଷ ବୟସର ଯୁବକ ପାଣିରେ ବୁଡ଼ି ଯାଇଥିଲେ। ପ୍ରଶାସନର ଅବହେଳା ଯୋଗୁଁ ଏହି ସ୍ଥାନରେ ବାରମ୍ବାର ଅଘଟଣ ଘଟୁଛି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ସୂଚନା ଦିଆଯାଇ ନାହିଁ। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/acd7c917-edd3-42ed-aa7b-638278a42b0e.jpeg)