ବିଂଝାରପୁର : ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ 

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ବଜାର ଜବରଦଖଲକୁ ତହସିଲ ପ୍ରଶାସନ ଉଚ୍ଛେଦ କରିଛି । ଆଜି ପୂର୍ବାହ୍ଣରେ ଅତିରିକ୍ତ ତହସିଲଦାର ଆର୍ଯ୍ୟଦୀପ୍ତ ଆରଣ୍ୟକ ସାମନ୍ତରାୟ ଅଳକୁଣ୍ଡ ପୁଲିସ ସହାୟତାରେ ଅଳକୁଣ୍ଡ ବଜାରରେ ପହଞ୍ଚି ବଜାର ପରେ ଦୋକାନ କରିଥିବା ମୋହନ ଚରଣ ଦାସ, ବାସୁଦେବ ସେଠୀ, ଜଡା ମଲିକ, ରଙ୍ଗାଧର ମଲିକ, ସଙ୍କର୍ଶଣ ନାଥ, ବିପିନବିହାରୀ ନାଥ, ଦିବାକର ନାଥ ଓ ବିନୋଦ ସାହୁଙ୍କ ସମେତ ୧୪ଟି ପାନ ଓ ଚାହା ଦୋକାନକୁ ଜେସିବି ଲଗାଇ ଭାଙ୍ଗିଛନ୍ତି ।

ସମ୍ବନ୍ଧିତ ଖବର