କାଳିଆପାଣି (ରବି ନାରାୟଣ କର): ବିଜୁଳି ଆଲୁଅରୁ ବଞ୍ଚିତ ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଟିକରପଡ଼ା ରାଜସ୍ବ ଗାଁର ୨୦ ପରିବାର। ସ୍ବାଧୀନତାର ୭୯ ବର୍ଷ ପୂରୁଥିଲେ ବି ଏହି ଗରିବ ଓ ଆଦିବାସୀ ପାଖେ ବିଜୁଳି ଆଲୁଅ ସାତସପନ। ଏଥିପାଇଁ ଅନ୍ଧାର ରାତି, ଶୀତକାକର ଓ ଖରାତାତି ଭଳି ବିଷମ ପରିସ୍ଥିତିରେ ଦୁଃଖକଷ୍ଟ ସହି ପଡ଼ିରହିଥିବା ସବୁ ଆଶାୟୀ ପରିବାରରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷାଦିନିଆ ରାତି ଘରେଘରେ ସରୀସୃପ ପଶି ଯାଉଥିବା ଏକ ସାଧାରଣ ଘଟଣା ହୋଇଗଲାଣି। ୫ ବର୍ଷ ମଧ୍ୟରେ ସର୍ପାଘାତରେ ଗାଁରୁ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି। ତଥାପି କେହି ତାଙ୍କ ସମସ୍ୟା ବୁଝୁନଥିବା ସାଧାରଣରେ ଅଭିଯୋଗ ହୁଏ। ବିଦ୍ୟୁତ ଆଲୁଅ ଅଭାବରୁ ସାହିରେ ସଞ୍ଜ ନଇଁବା ମାତ୍ରେ ଦିନ ସରିଯାଏ।
ଲୋକେ ସଂଧ୍ୟା ୭ଟା ସୁଦ୍ଧା ଖାଇପିଇ ଶୋଇ ପଡ଼ନ୍ତି। ଅଭାବରୁ ରାତିରେ ଆମେ ମହମବତି ଆଲୁଅରେ ଏକାଠି ପଢ଼ାଲେଖା କରିଥାଉ ବୋଲି କହନ୍ତି ଷଷ୍ଠଶ୍ରେଣୀର ଛାତ୍ରଛାତ୍ରୀ ଗୁରୁବାରି ଜୁଆଙ୍ଗ, ଅଜୁ ଜୁଆଙ୍ଗ, ମଙ୍ଗଳ ପିଙ୍ଗୁଆ, ମାନସିଂହ ପିଙ୍ଗୁଆ ଓ ମଧୁ ବାରି ଏବଂ ପଞ୍ଚମ ଶ୍ରେଣୀର ମାନକୀ ବାରି ଓ ରାମ ବାରି। ବିଦ୍ୟୁତ୍ ସେବା ବିନା ଆମେ ସମାଜର ମୁଖ୍ୟସ୍ରୋତରେ କେମିତି ରହିବୁ ବୋଲି ପ୍ରଶ୍ନ କରନ୍ତି ଆଶାୟୀ ସମ୍ବାରୀ ପିଙ୍ଗୁଆ, ଖଈରା ଗାଗରାଇ, ବୀରସିଂହ ବାରି, ଭରଗେ ବାରି, ମାଣିକ ବାରି, ଜଗଜ୍ଜୀବନ ତିରିଆ, ମକରା ପିଙ୍ଗୁଆ, ଷଣ୍ଢା ପିଙ୍ଗୁଆ, ଭୀମ ଗାଗରାଇ, ଶ୍ୟାମ ଗାଗରାଇ, ମଙ୍ଗଲ ପିଙ୍ଗୁଆ, ଲକ୍ଷ୍ମଣ ଚାତାର, ରଣା ଚାତାର, ମଥୁରା ଗାଗରାଇ, ସୁରେଶ ବାନରା, ନରେଶ ବାନରା, ବାସୀ ଗାଗରାଇ, ଅମର ଗାଗରାଇ, ଲାଦୁନାଥ ପିଙ୍ଗୁଆ ଓ ମଙ୍ଗଲ ପିଙ୍ଗୁଆ। ଏବେ ରାସନରେ କିରାସିନ ମିଳୁନଥିବା ସ୍ଥଳେ ମହମବତି କିଣି ଘର ଆଲୁଅ କରାଇବା ଏସବୁ ଗରିବ ପରିବାର କଷ୍ଟକର ବ୍ୟାପାର। ମୂଲମଜୁରି ରୋଜଗାରରୁ ଚାର୍ଜ ଲାଇଟ୍ କିଣିଥିବା କିଛି ବ୍ୟକ୍ତି ଏହାର ରିଚାର୍ଜ ପାଇଁ ପରକୁ ଭରସା କରିଥାନ୍ତି। ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୌର ଲଣ୍ଠନ ଏବେ ଘରେଘରେ ଅଚଳ ପଡ଼ିଛି। ମୋବାଇଲ୍ ଫୋନ୍ ଚାର୍ଜ ପାଇଁ ପଡ଼ୋଶୀ ବସ୍ତି ଓ ସଂପର୍କୀୟଙ୍କ ଘରକୁ ଯାଇ ଅପେକ୍ଷା କରିବାକୁ ପଡ଼ୁଛି।
ଆହୁରି ପଢ଼ନ୍ତୁ: Dead: ହତ୍ୟା ଅଭିଯୋଗ ଆଣିଲେ ପରିବାର, ସଂଦେହ ଘେରରେ ସାଙ୍ଗ
ଦୈତାରୀ ପର୍ବତମାଳାର ପାଦଦେଶ ପାହାଡ଼ି ବଣମୁଲକର ଟିକରପଡ଼ା ରାଜସ୍ବ ମୌଜାରେ ୪୫ ଗୋଟି ଜନଜାତି ପରିବାର ୪ ପିଢ଼ିଧରି ବସବାସ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପରିବାର ମୁଖ୍ୟ ନିରକ୍ଷର। ଦରଖାସ୍ତ କରି ବ୍ୟବସ୍ଥା ହାତେଇାରେ ସେମାନେ ସଂପୂର୍ଣ୍ଣ ଅଜ୍ଞ। ଖଣି ପାରିପାର୍ଶ୍ବିକ ଉନ୍ନୟନର ଡିଣ୍ଡିମ ପିଟୁଥିବା ଖଣି କର୍ତ୍ତୃପକ୍ଷଙ୍କ ସାମାଜିକ ଦାୟିତ୍ବବୋଧ ସେବା ଗାଁରେ ଅପହଞ୍ଚ।
ଆହୁରି ପଢ଼ନ୍ତୁ: Mohan Charan Majhi: ଓଡ଼ିଶାର ଇତିହାସ ଏବଂ ସଂସ୍କୃତିରେ ମୟୂରଭଞ୍ଜର ସ୍ଥାନ ସ୍ୱତନ୍ତ୍ର
ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗାଁରେ ପ୍ରଥମ କରି ୨୫ ଗୋଟି ପରିବାରକୁ ବିଜୁଜ୍ୟୋତି ଯୋଜନାରେ ସଂଯୋଗ ଦିଆଯାଇଥିଲା। ଅବଶିଷ୍ଟ ୨୦ ଗରିବ ଆଦିବାସୀ ପରିବାରକୁ ଉପଭୋକ୍ତା କରାଇବା ଦିଗରେ ସ୍ବଳ୍ପ ବ୍ୟୟ ବରାଦ ପଡ଼ୁଥିଲେ ହେଁ ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଖଣି କର୍ତ୍ତୃପକ୍ଷ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସଂପର୍କରେ ସେ ବ୍ଲକ ପ୍ରଶାସନକୁ ବହୁବାର ଅବଗତ କରାଇଥିଲେ ହେଁ କିଛି ଲାଭ ହୋଇନଥିବା ସରପଞ୍ଚ ରାଜାରାଣୀ ଦେହୁରୀ କ୍ଷୋଭର ସହ କହନ୍ତି। ଏ ସଂପର୍କରେ ଟାଟାପାଓ୍ବାର(ଟିପିସିଓଡିଏଲ୍) ଯନ୍ତ୍ରୀ ଇଂ ହୃଷୀକେଶ ଦାସଙ୍କୁ ପଚାରିବାର ଗାଁକୁ ବିଦ୍ୟୁତ୍ ଲାଇନ ଟଣା ଯାଇଛି। ଆବେଦନ କଲେ ଉପଭୋକ୍ତା ହୋଇ ଲୋକେ ବିଦ୍ୟୁତ୍ ସେବା ପାଇପାରିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/04/kaliapani-2026-02-04-19-46-06.jpg)