ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍ ଯୋଗେ ବାପପୁଅ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ। ମୃତକଦ୍ୱୟ ହେଲେ ସଠିଆଟଗିରି ଗ୍ରାମର ସଇନ୍ଦା ଜେନା(୫୫) ଓ ତାଙ୍କ ପୁଅ ମୁନା ଜେନା(୩୪)।
ସେମାନେ ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ସଇନ୍ଦା ଜେନାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/c0cdb4a2-a2d9-4b9c-8126-906b4e1074bf-1.jpeg)