ଅଗ୍ନିକାଣ୍ଡରେ ଜଣେ ଆହତ, ଗୋରୁ ମୃତ

ଯାଜପୁର: ଯାଜପୁର ସଦର ଥାନା ଛତିଶିଦେବିଲି ପଞ୍ଚାୟତ ନିକଟସ୍ଥ ଦଳିତ ସାହିରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନୋଜ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ୩ ବଖରା ଘର ସହ ସମସ୍ତ ଆସବାପତ୍ର ନିଆଁରେ ପୋଡି ଯାଇଛି। ଅଗ୍ନିକାଣ୍ଡ ଫଳରେ ୧ଟି ଗୋରୁ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ୩ ଟି ଗୋରୁ ଆହତ ହୋଇଛନ୍ତି।

ଏପରିକି ମନୋଜଙ୍କ ବାପା ଦିଜ ଜେନା ଗୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖଵର ପାଇ ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁକୁ ଲିଭାଇଛନ୍ତି। ଏଣେ ଖବର ପାଇ ସକାଳୁ ଯାଜପୁର ତହସିଲଦାର ଓ ଆରଆଇ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର