ପୁଣି ୫ ଜଙ୍ଗଲରେ ନିଆଁ

କାଳିଆପାଣି: କଟକ ବନଖଣ୍ଡ ଟମକା ଓ ସୁକିନ୍ଦା ରେଞ୍ଜ୍‌ ୫ଟି ଜଙ୍ଗଲରେ ନିଆଁ ଲାଗିଥିବା ବିଭ‌ାଗୀୟ ସୂତ୍ରରୁ ସୂଚନା ମିଳିଛି। ଟମକା ସେକ୍ସନ କିଆଝର ପଞ୍ଚାୟତ ଚମ୍ପାଝର, ରାଇଘାଟି, ମଦଗୁଳା, ଇଟାଝର ଓ ବୁରୁଡ଼ିସାହି ଜଙ୍ଗଲରେ ମାସକ ମଧ୍ୟରେ ପୁଣି ଥରେ ନିଆଁ ଲାଗିଥିବା କହନ୍ତି ବନପାଳ ଚିତ୍ତରଞ୍ଜନ ବିଶ୍ବାଳ। ତେବେ ସବୁ ସ୍ଥାନରେ ଲାଗିଥିବା ନିଆଁ ମନୁଷ୍ୟକୃତ ବୋଲି ଦର୍ଶାଇଥିଲେ। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବନ୍ୟଜନ୍ତୁ ଶିକାର, ମହୁଲ ଫୁଲ ଓ ମହୁ ସଂଗ୍ରହ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଉଥିବା ସେ କହିଛନ୍ତି। ସେହିପରି ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ନାତୋର-ପୋଡ଼ାହରା ମଧ୍ୟବର୍ତ୍ତୀ ଜଙ୍ଗଲରେ ନିଆଁ ଲାଗିଥିବା କହନ୍ତି ବନପାଳ ନରେଶ କୁମାର ଟୁଡ଼ୁ। ଜଙ୍ଗଲରେ ଥିବା ଏକାଧିକ ମହୁଲ ଗଛ ମୂଳରୁ ନିଆଁ ବ୍ୟାପିଥିବା କହିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଉଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର