ଭୁବନେଶ୍ବର: ଆଜି ଯାଜପୁର ଜିଲ୍ଲାରେ ବେଆଇନ ପଥର ଚାଲାଣ ଏବଂ ମୋରମ କ୍ୱାରି ଉପରେ ଚଢ଼ଉ କରାଯାଇଛି। ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ଅମିୟଝରି ନିକଟରୁ ବେଆଇନ ପଥର ଚାଲାଣ କରୁଥିବା ୨ଟି ଟାଟା ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ କରାଯାଇଛି।

Advertisment

publive-image

ଏଣେ ଚଣ୍ଡିଖୋଲ ନିକଟରୁ କଳା ଗ୍ରାନାଇଟ୍ ଚୋରାଚାଲାଣ କରୁ୍ଥିବା ୨ଟି ଟ୍ରକ୍ ଜବତ ହୋଇଛି। ଏସମସ୍ତ ଗାଡ଼ି ଓ ଖଣିଜପଦାର୍ଥର ମୂଲ୍ୟ ୧ କୋଟି ୧୦ ଲକ୍ଷ ୩୭ ହଜାର ୪୦୦ ଟଙ୍କା ବୋଲି ସରକାରୀ ଭାବେ କୁହାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।