ଚୋରା କାଠ ଜବତ, ଡ୍ରାଇଭର ଫେରାର

ବ୍ୟାସନଗର :  ସକାଳେ ଯାଜପୁର ରୋଡ଼ ବନ ବିଭାଗର ଏକ ସ୍ପେଶାଲ ସ୍କ୍ବାଡ୍ ଚୋରଦା ବାଇପାସ ଛକ ନିକଟରେ ଏକ ଟାଟା ଏସି ବୋଝେଇ କାଠ ଗାଡ଼ିକୁ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଷଠିପୁର ନିକଟସ୍ଥ ଏକ ସମିଲରୁ ପାଖାପାଖି ୩୦ ସିଏଫଟି ଚୋରା କାଠ ବୋଝେଇ କରି (ଓଆର ୦୪ଜି-୩୮୬୫)ନମ୍ବର ଏକ ଟାଟା ଏସିରେ ଆସୁଥିବା ଖବର ପାଇ ଯାଜପୁର ରୋଡ଼ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ବେଣୁ ବେହେରା, ଯାଜୁପର ରୋଡ଼ ପାରାଷ୍ଟାପ ସ୍ପେଶାଲ ଟିମ୍‌ ତ୍ରିଲୋଚନ ଦାସ, ନିର୍ମଳ ମଲିକ, ସ୍ବରୂପ ନାୟକ, ସାଧା ପୋଷାକରେ ଚୋରଦା ବାଇପାସ ଛକରେ ଉପସ୍ଥିତ ଥିଲେ। କାଠ ବୋଝେଇ ଟାଟା ଏସି ଡ୍ରାଇଭର ବନ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡ଼ି ଛାଡ଼ିଦେଇ ପଳାଇଥିଲା। କାଠ ବୋଝେଇ ଗାଡ଼ିକୁ କାର୍ଯ୍ୟାଳୟକୁ ନେଇଥିବାବେଳେ କାଠର ମୂଲ ୫୦ହଜାରରୁ ଅଧିକ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର