ସୁପ୍ରିମକୋର୍ଟ ବିଚାରପତିଙ୍କ ଯାଜପୁର ଗସ୍ତ, ଜିଲ୍ଲା କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ଠାରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ବିନିତ୍ ଶର୍ମା, ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିପାଇଁ ଯାଜପୁରଟାଉନରେ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଯାଜପୁରରୋଡ କୋର୍ଟକୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଥିଲା । ଯାଜପୁର ଟାଉନର ବିନ୍ଧାଣ ମୌଜାରେ ୫ ଏକର ଜମିରେ ଜିଲ୍ଲା କୋର୍ଟ ଓ ଯାଜପୁର ରୋଡରେ ୩ ଏକର ଜମିରେ ସବ କୋର୍ଟର ଭିତିପ୍ରସ୍ତର ଉଦଘାଟନ କରାଯାଇଛି । ଯେଉଁଥିରେ କି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ କୋର୍ଟ, କ୍ବାର୍ଟର ଏବଂ  ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଯାହାକୁ କି ଏକ ମଡେଲ କୋର୍ଟ କୁହାଯାଇପାରିବ ବୋଲି ଅତିଥି ମାନେ ମତ ରଖିଥିଲେ ।   ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ଜଜ୍‌,ଯାଜପୁର କୋର୍ଟର ଜଜ, ବିଭିନ୍ନ ବାର ଆସୋସିଏସନର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର